Friday, November 13, 2026
Home ଆଞ୍ଚଳିକ ଆସୁଛି ବାତ୍ୟା ‘ଗୁଲାବ’, ୭୦ରୁ ୮୦ କିଲୋମିଟର ବେଗରେ ବହିବ ପବନ

ଆସୁଛି ବାତ୍ୟା ‘ଗୁଲାବ’, ୭୦ରୁ ୮୦ କିଲୋମିଟର ବେଗରେ ବହିବ ପବନ

7

୨୬/୦୯/୨୧ (ଜିଲ୍ଲା ଖବର) : ମାଡି ଆସୁଛି ବାତ୍ୟା ଗୁଲାବ। ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କ୍ଷୟକ୍ଷତି ହେବାର ଆକଳନ କରଯାଉଛି। ଆଜି ଗୋପାଳପୁର ଓ କଳିଙ୍ଗ ପତ୍ତନମ୍ ମଧ୍ୟରେ ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ ବୋଲି ମଧ୍ୟ ଆକଳନ କରାଯାଉଛି। ଏଣୁ ଏ ସମ୍ପର୍କରେ ଟିକିନିକ ଅପଡେଟ୍‌ ଆମେ ଦେବୁ ଆପଣଙ୍କୁ ଏହି ସ୍ତମ୍ଭରେ।

  • ବାତ୍ୟା ଗୁଲାବ ବର୍ତ୍ତମାନ ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୧୮୦ କିମି ଦୂରରେ ରହିଥିବା ବେଳେ କଳିଙ୍ଗପଟନମର ପୂର୍ବ ଉତ୍ତର ପୂର୍ବକୁ ୨୪୦ କିମି ଦୂରରେ ରହିଛି।
  • ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା ପବନ ।
  • ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଜାରି
  • ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।
  • ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
  • ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲାବର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି।
  • ଗଜପତି ଜିଲ୍ଲାର ୭୫୫ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ ।
  • ଗଜପତି ଜିଲ୍ଲାର ୭ଟି ବ୍ଲକ ପାଇଁ ୭ ନୋଡାଲ ଅଫିସର ନିଯୁକ୍ତ
  • ୫୫ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି
  • ଗଞ୍ଜାମ ବୁଗୁଡ଼ାର ବାଘୁଆ ନଦୀ କୂଳର ଗାଁ ଲୋକଙ୍କୁ ସତର୍କ କଲା ପ୍ରଶାସନ
  • ଗଞ୍ଜାମ ଗୋପାଳପୁରଠାରୁ ୧୪୦ କିମି ଦୂରରେ ବାତ୍ୟା ଗୁଲାବ୍
  • ୬ ଘଣ୍ଟା ଧରି ୭୦ କିମି ବେଗରେ ମାଡି ଆସୁଛି ବାତ୍ୟା
  • ରାତି ୯ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ
  • ପ୍ରବଳ ବର୍ଷାରେ ଗଜପତି ଜିଲ୍ଲା ଗୁମ୍ମାରେ ପାହାଡ ଧସିଲା