
୨୬/୦୯/୨୧ (ଜିଲ୍ଲା ଖବର) : ତିନି ଦିନିଆ ଆମେରିକା ଗସ୍ତ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଫେରିଛନ୍ତି । ଦିଲ୍ଲୀର ପାଲମ ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ବିଜେପି ଉପାଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତିନି ଦିନିଆ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସଙ୍କ ସମେତ ଅନେକ ବଡ ନେତାଙ୍କୁ ଭେଟିଥିଲେ। ଏଥି ସହିତ, ଯାତ୍ରା ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ସେ ମିଳିତ ଜାତିସଂଘ ସାଧାରଣ ସଭାର ୭୬ ତମ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଗତ ୧୦୦ ବର୍ଷ ଇତିହାସରେ ବିଶ୍ୱ ସବୁଠାରୁ ବିପଜ୍ଜନକ ମହାମାରୀ କରୋନା ଜୀବାଣୁର ସମ୍ମୁଖୀନ ହୋଇଛି । ଏହି ମହାମାରୀରେ ଯେଉଁମାନେ ପ୍ରାଣ ହରାଇଛନ୍ତି ମୁଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ।
ସ୍ୱଦେଶ ଫେରିବାର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ସେ ଗତ କିଛି ଦିନ ମଧ୍ୟରେ ଆମେରିକାରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଯାହା ଅତ୍ୟନ୍ତ ଫଳପ୍ରଦ ଥିଲା। ସେ ଟ୍ୱିଟ୍ କରି କହିଛନ୍ତି, ‘ଗତ କିଛି ଦିନ ମଧ୍ୟରେ ବିଭିନ୍ନ ସିଇଓଙ୍କ ସହ କଥାବାର୍ତ୍ତା ହୋଇଥିଲା ଏବଂ ମିଳିତ ଜାତିସଂଘରେ ସମ୍ବୋଧନ କରିବା ସହିତ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯାହା ଅତ୍ୟନ୍ତ ଫଳପ୍ରଦ ଥିଲା। ମୋର ବିଶ୍ୱାସ ଅଛି ଯେ ଆଗାମୀ ବର୍ଷରେ ଭାରତ-ଆମେରିକା ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ।’


