
ବିଷମକଟକ –26-9(ଜିଲ୍ଲା ଖବର) ରାୟଗଡା ଜିଲ୍ଲା ମୁନିଗୁଡା ବ୍କକର ଭାଗ୍ୟ ବତୀ ଗ୍ୟାସ୍ ଏଜେନ୍ସି ଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ସାଧାରଣ ଖାଉଟି ମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ସମ୍ପର୍କରେ କିଛି ଦିନ ତଳେ ସମସ୍ତ ଖବରକାଗଜ ରେ ଖବର ପ୍ରସାରଣ ହୋଇଥିଲା । ତାପରଦିନ ଗୁଣୁପୁର ଯୋଗାଣ ବିଭାଗ ଙ୍କ ଦ୍ୱାରା ତଦନ୍ତ କରିବାପାଇଁ ଆସିଥିଲେ ଗୁଣୁପୁର ଯୋଗାଣ ବିଭାଗ । ହାଟମୁନିଗୁଡା ଗ୍ରାମର ଖାଉଟି ମାନଙ୍କ ପାଖକୁ ଯାଇ ତଦନ୍ତ କରିଥିଲେ ଯୋଗାଣ ବିଭାଗ ହେଲେ ୫ ଦିନ ବିତିଯାଇଥିଲେ ମଧ୍ୟ କୈଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖାଉଟି ମାନଙ୍କ କହିବା କଥାଯେ ଯେଉଁ ଦିନ ଠାରୁ ଭାଗ୍ୟ ବତୀ ଗ୍ୟାସ୍ ଏଜେନ୍ସି ଗ୍ୟାସ୍ ବଣ୍ଟନ ପାଇଁ ଦାଇତ୍ଵ ନେଇଥିଲେ ସେହିଦିନ ଠାରୁ ଖାଉଟି ମାନଙ୍କ ଠାରୁ ଗୋଟିଏ ହାଣ୍ଡି ପିଛା କୋଡ଼ିଏ ଟଙ୍କା ସୋଷଣ କରି ନେଇଥିବା ଅଭିଯୋଗ କରିଛନ୍ତି ଖାଉଟି ମାନେ ଏବଂ ସରକାର ଙ୍କ ନିୟମ ଙ୍କୁ ଉଲଘଂନ କରୁଥିବା ଅଭିଯୋଗ ଆସୁଛିଏଜେନ୍ସି ଙ୍କ ପ୍ରତି। ଏପରି ଘଟଣା ଦେଖିବାକୁ ମିଳିଛି ହାଟମୁନିଗୁଡା ଗ୍ରାମରେ। ସୂଚନା ଯୋଗ୍ୟ ଯେ , ଏଜେନ୍ସିର ଗ୍ୟାସ୍ ଯୋଗାଉଥିବା କର୍ମଚାରୀ ଜଣକ ମଙ୍ଗଳ ବାର ପରିବର୍ତ୍ତେ ତାର ଇଛା ମୁତାବକ ଦିନରେ ଆସୁଛି ଓ ଆସିବା ସମୟ ମଧ୍ୟ କେବେ ଆସୁଛି ୮ରେ ତ କେବେ ଆସୁଛି ୧୨ ଟାରେ ଓ କେବେ ଆସୁଛି ସଞ୍ଜ ୨ ଟାରେ ଆଉକେବେ ସୋମବାର ଦିନ ଆସୁଛି ତ ଆଉ କବେ ବୁଧବାର ଦିନ ଗ୍ୟାସ୍ ଯୋଗାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏବଂ ଯେଉଁ ବ୍ୟକ୍ତି ଗ୍ୟାସ୍ ବୁକିଙ୍ଗ୍ କରୁଛନ୍ତି ସେମାନଙ୍କ ଘର ଘରକୁ ଯାଇ ଗ୍ୟାସ୍ ଯୋଗାଇ ବାର ନିୟମ ରହିଥିବା ବେଳେ ସେହି ଖାଉଟି ଜଣକ କାମ ଧାମ ଛାଡି ଗ୍ୟାସ୍ କେବେ ଆସିବ କେତେବେଳେ ଆସିବ ବୋଲି ଅପେକ୍ଷା କରିଥାନ୍ତି । ହେଲେ ଏଥିରେ ଖାଉଟି ମାନେ ନାହିଁ ନ ଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି। କାରଣ ଯେଉଁ ଖାଉଟି ଜଣକ ଗ୍ୟାସ୍ ବୁକିଙ୍ଗ୍ କରିଥାଆନ୍ତି ସେହି ବ୍ୟକ୍ତିଙ୍କୁ ଗ୍ୟାସ୍ ପାଇଁ ନିଜର କାମ ଛାଡି ଗୋଟିଏ ଦିନ ଅପେକ୍ଷା କରିବାକୁ ପଡୁଛି ଓ ଦେବା ସମୟରେ ଗ୍ରାହକ ଘରୁ ଟଙ୍କା ଓ ଖାଲି ଗ୍ୟାସ୍ ହାଣ୍ଡି ଧରି ଆସିଲା ବେଳକୁ ୫ ମିନିଟ୍ ମଧ୍ୟ ଅପେକ୍ଷା ନକରି ଗ୍ୟାସ୍ ନଦେଇ ଚାଲି ଯାଆନ୍ତି। ଏବଂ ଏଜେନ୍ସିର ୫ କିଲୋମିଟର ବ୍ୟବଧାନରେ ମାଗଣା ଯୋଗାଣ ସତ୍ତ୍ୱେ ନିଧାରିତ ମୂଲ୍ୟ ଠାରୁ ୨୦ଟଙ୍କା ଅଧିକ ଖାଉଟି ଠାରୁ ସୋଷଣ କରୁଥିବା ଦେଖି ବାକୁ ମିଳିଛି । ଏପରି ଘଟଣା କୁ ସ୍ଥାନୀୟରେ ଅସନ୍ତୋଷ ଦେଖାଦେଇଛି। ଯୋଗାଣ ବିଭାଗ ଓ ଭାଗ୍ୟବତୀ ଗ୍ୟାସ୍ ଏଜେନ୍ସି ଙ୍କ ସଲାସୁତୁରାରେ ଗ୍ୟାସ୍ ବେପାର ଚାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଖାଉଟି ମାନେ ଏହି ସମ୍ପର୍କରେ ଆମେ ଗୁଣୁପୁର ଯୋଗାଣ ବିଭାଗ କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୁଁ ଏହି ସମ୍ପର୍କରେ ତଦନ୍ତ କରିଛି ଦୋଷୀ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ। ଆଉ ଦେଖି ବାକୁ ବାକି ରହିଲା ଯୋଗାଣ ବିଭାଗ ଅଧିକାରୀ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖି ବାକୁ ବାକିରହିଲା
ରିପୋର୍ଟ : ପ୍ରସନ ପଣ୍ଡା



