ଚୋରୀ କରି ଖୁଣ୍ଟରେ ବନ୍ଧାହେଲେ ୩ ଯୁବକ, ଭୁଜାଲି ଜବତ

10

ଅନୁଗୋଳ, ୨୬/୦୯/୨୧ (ଜିଲ୍ଲା ଖବର) : ଚୋରୀ କରି ଖୁଣ୍ଟରେ ବନ୍ଧାହେଲେ ୩ ଯୁବକ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କୋଡିଏମାଇଲ ଛକର ୨ଟି ଦୋକାନରୁ ଚୋରୀ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ୩ ଯୁବକ ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇଛନ୍ତି।

ସୂଚନା ଯେ, ରାତି ୨ଟାରେ କୋଡିଏମାଇଲ ହାଟ ଛକରେ ୩ଜଣ ଅପରିଚିତ ଯୁବକ ଆସି ଯୁଗଳ ସାହୁଙ୍କ ହୋଟେଲ ଓ ନଗେନ ପ୍ରଧାନଙ୍କ ପାନ ମସଲା ଦୋକାନରେ ପଶି ଚୋରୀ କରୁଥିଲେ। ଶୋଇଥିବା ଦୋକାନୀର ପାଟି ଶୁଣି ଲୋକମାନେ ରୁଣ୍ଡ ହୋଇ ଚୋରୀ କରୁଥିବା ୩ ଯୁବକଙ୍କୁ କାବୁ କରି ପାଖରେ ଥିବା ବିଦ୍ୟୁତଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରିବା ସହିତ ବାଇକ, ୩ଟି ମୋବାଇଲ ଓ ଗୋଟିଏ ଭୁଜାଲି, ବିଭିନ୍ନ ବ୍ୟାଙ୍କ ଏଟିଏମ୍ କାର୍ଡ ଯୁବକଙ୍କ ପାଖରୁ ଉଦ୍ଧାର କରିଛି।