ଓଲଟିଲା କିରୋସିନ ଟ୍ରକ୍; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଡ୍ରାଇଭର ଓ ହେଲପର

17

କଟକ, ୨୬/୦୯/୨୧ (ଜିଲ୍ଲା ଖବର) : ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତା ଝାଜିଆ ଛକ ନିକଟରେ ଓଲଟିଲା ସର୍ବ ସାଧରଣଙ୍କ ବଣ୍ଟନ ନିମନ୍ତେ ଯାଉଥିବା କିରୋସିନ ଟ୍ରକ୍ । ଡ୍ରାଇଭର , ହେଲପର ଆହାତ ହୋଇ ଗୁରୁତର ଅବସ୍ଥାରେ ଆଠଗଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

 ଘଟଣାସ୍ଥଳରେ ଆଠଗଡ଼ ପୋଲିସ ଏବଂ ଅଗ୍ନିସେବା ବିଭାଗ ପହଞ୍ଚିଛି । ଟ୍ରକର ଉପର ହୋଲ ଦ୍ବାରା କିରୋସିନ ବୋହୁ ଥିବାରୁ ସ୍ଥାନୀୟ ଲୋକମାନେ ବୋତଲ ଏବଂ ଡବାରେ କିରୋସିନ ନେଇ ଥିବା ଦେଖିବାକୁ ମିଳିଛି ।

ପୋଲିସର ସୂଚନା ମୁତାବକ, ଟ୍ରକଟି ଅନୁଗୁଳୁ ଆଡେ ଯାଉଥିଲା ଏବଂ ଟ୍ରକରୁ କିରୋସିନ ବୋହୁ ଥିବାରୁ ସେଠାରେ ଦିଆସିଲ ନ ଜଳାଇବାକୁ ବାରଣ କରାଆଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳକୁ ପୁଲିସ ଘେରାଉ କରି ରଖିଛି।