Thursday, November 12, 2026
Home ଆଞ୍ଚଳିକ ବାତ୍ୟା ଗୁଲାବ; ଗଞ୍ଜାମ ଜିଲ୍ଲାପ୍ରଶାସନର ଘନ ଘନ ବୈଠକ

ବାତ୍ୟା ଗୁଲାବ; ଗଞ୍ଜାମ ଜିଲ୍ଲାପ୍ରଶାସନର ଘନ ଘନ ବୈଠକ

27

୨୬/୦୯/୨୧ (ଜିଲ୍ଲା ଖବର) : ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପ୍ରଶାସନର ଘନ ଘନ ବୈଠକ । ଜିରୋ କାଜୁଆଲିଟିକୁ ଗୁରୁତ୍ୱ। ଏସଆରସିଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲା ପ୍ରସାଶନ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ସମେତ ସ୍କୁଲ ଗୃହ, କମୁନ୍ୟିଟି ହଲ ଗୁଡିକ ପ୍ରସ୍ତୁତି ଥିବା ବେଳେ ସ୍ଥାନାନ୍ତରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳ ଗୁଡିକର ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଅଛନ୍ତି ।

 ସେପଟେ ବାତ୍ୟା ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏନ ଡ଼ି ଆର ଏଫ ଏବଂ ଓଡ୍ରାଫ ଟିମ ଜିଲ୍ଲାର ହେଡକ୍ବାଟର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ରେ ଏକ ବୈଠକ ହୋଇଥିଲା ଏବଂ ପରେ ଗୋଟିଏ ଗୋଟିଏ ଟିମ କୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଇଥିଲା ।