Monday, November 16, 2026
Home ଆଞ୍ଚଳିକ ବାତ୍ୟା ଗୁଲାବର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ବାତ୍ୟା ଗୁଲାବର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

13

୨୬/୦୯/୨୧ (ଜିଲ୍ଲା ଖବର) : ବାତ୍ୟା ଗୁଲାବର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟ ଶାସନ ସଚିବ, SRC ଓ ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ରହିବେ। ଭିଡିଓ କନଫେରେନ୍ସି ମାଧ୍ୟମରେ ଏହି ବୈଠକ ହେବ।

ଆଜି ମଧ୍ୟରାତ୍ରିରେ ଦକ୍ଷିଣ ଓଡ଼ିଶା ନିକଟରେ ଛୁଇଁବ ସ୍ଥଳଭାଗ। କଳିଙ୍ଗପାଟନମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼ ଗୁଲାବ ।

ଲ୍ୟାଣ୍ଡଫଲର ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବ ଗୁଲାବ୍ । ଏହାର ପ୍ରଭାବରେ ଆସନ୍ତା କାଲି ମଧ୍ୟ ବର୍ଷା ଜାରି ରହିବ । ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୧ ମିମି ବର୍ଷା ରେକର୍ଡ କରାଯାଇଛି ।