Thursday, November 12, 2026
Home ଆଞ୍ଚଳିକ ଗୋପାଳପୁରଠୁ ୧୮୦ କିମି ଦୂରରେ ବାତ୍ୟା ଗୁଲାବ

ଗୋପାଳପୁରଠୁ ୧୮୦ କିମି ଦୂରରେ ବାତ୍ୟା ଗୁଲାବ

15

୨୬/୦୯/୨୧ (ଜିଲ୍ଲା ଖବର) : ବାତ୍ୟା ଗୁଲାବ ବର୍ତ୍ତମାନ ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୧୮୦ କିମି ଦୂରରେ ରହିଥିବା ବେଳେ କଳିଙ୍ଗପଟନମର ପୂର୍ବ ଉତ୍ତର ପୂର୍ବକୁ ୨୪୦ କିମି ଦୂରରେ ରହିଛି। ଏହା ପ୍ରାୟ ପଶ୍ଚିମ ଦିଗକୁ ଯାଇ ଉତ୍ତର ଆନ୍ଧ୍ରପ୍ରଦେଶ – ଦକ୍ଷିଣ ଓଡ଼ିଶା ଉପକୂଳ କଳିଙ୍ଗପଟନମ ଏବଂ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହି ସମୟରେ ପବନର ବେଗ ୭୫-୮୫ କିଲୋମିଟର ଏବଂ ଝଟକା ପବନର ବେଗର ୯୫ କିଲୋମିଟର ରହିବ। ଆଜି ମଧ୍ୟରାତ୍ରିରୁ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ।

 ବର୍ତ୍ତମାନ ଏହା ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୧୮୦ କିମି ଦୂରରେ ରହିଥିବା ବେଳେ କଳିଙ୍ଗପଟନମର ପୂର୍ବ ଉତ୍ତର ପୂର୍ବକୁ ୨୪୦କିମି ଦୂରରେ ରହିଛି।