
କଟକ, ୨୬/୦୯/୨୧ (ଜିଲ୍ଲା ଖବର) : କଟକ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଅଧ୍ୟାପକ। କାଳିଆଵୁଦା ନିକଟରେ ଏହି ଘଟଣା ଘଟିଛି। ସଂପୃକ୍ତ ବ୍ୟକ୍ତିଙ୍କ ନାଁ ଦେବାଶିଷ ଦାସ। ସେ ଭୁବନେଶ୍ୱରର ଏକ କଲେଜରେ ଅଧ୍ୟାପନା କରୁଥିଲେ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହେଲେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତା ମିଳି ପାରିନାହିଁ। ଆଜି ସକାଳେ ମହାନଦୀ ବ୍ରିଜ ଉପରେ ନିଜ ଗାଡ଼ି ରଖି ନଈରେ ଡେଇଁ ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।



