Sunday, November 15, 2026
Home ଆଞ୍ଚଳିକ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ବପାତ ଏବେ ବାତ୍ୟାର ରୂପ

ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ବପାତ ଏବେ ବାତ୍ୟାର ରୂପ

95

ଖୋର୍ଦ୍ଧା,୨୬/୦୯/୨୧ (ଜିଲ୍ଲା ଖବର) : ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଗୁଲାବ । ଏହାର ପ୍ରଭାବରେ ଗଜପତି, ଗଞ୍ଜାମ ଜିଲ୍ଲାରେ ଝିପଝିପ ବର୍ଷା ଆରମ୍ଭ ହୋଇଯାଇଛି । ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଗୁଲାବ ଏବେ ବାତ୍ୟାର ରୂପ ନେଇଛି । ଗୋପାଳପୁର ନିକଟରେ ଅତିକ୍ରମ କରିପାରେ । ଏହି ସମୟରେ ପବନର ବେଗ ୭୦ ରୁ ୮୦ କିଲୋମିଟର ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କୋରାପୁଟ, ମାଲକାନାଗିରିରେ ବି ପବନର ବେଗ ୪୫ ରୁ ୫୫ ରହିବ । କିନ୍ତୁ ସମୟେ ସମୟେ ୬୫ କିଲୋମିଟର ରହିବ ପବନର ଝଟକା । ଏହାର ପ୍ରଭାବରେ ଆସନ୍ତା କାଲି ମଧ୍ୟ ବର୍ଷା ଜାରି ରହିବ । ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧୂକ ୨୧ ମିମି ରେକର୍ଡ ହୋଇଛି ବର୍ଷା ।

ରିପୋର୍ଟ :ସଞ୍ଜିବ କୁମାର