
୨୬/୦୯/୨୧ (ଜିଲ୍ଲା ଖବର) : ମିଳିଲା ଭାସିଯାଇଥିବା ହାତୀର ମୃତଦେହ । କଟକ ଯୋବ୍ରା ଵ୍ୟାରେଜ ନିକଟରୁ ହାତୀର ମୃତଦେହ ଠାବ ହୋଇଛି । ତେବେ ଯୋବ୍ରା ନିକଟରେ ବାସୁଥିବା ହାତୀଟି ମୁଣ୍ଡଳିରୁ ଭାସିଥିବା ହାତୀ ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ଏ ସଂପର୍କରେ କୌଣସି ସ୍ପଷ୍ଟୀକରଣ ମିଳିପାରିନି । ଶୁକ୍ରବାର ଦିନ ମୁଣ୍ଡଳି ବ୍ୟାରେଜ ନିକଟରେ ହାତୀଟି ଫସିରହିଥିଲା । ଦୀର୍ଘ ଘଣ୍ଟାର ପ୍ରୟାସ ପରେ ବି ହାତୀଟିକୁ ଉଦ୍ଧାର କରାଯାଇପାରି ନ ଥିଲା ।



