
କନ୍ଧମାଳ,25/09-(ଜ଼ିଲ୍ଲା ଖବର ):
ବାଲିଗୁଡା ସାମ୍ବାଦିକ ଙ୍କ ତରଫରୁ ଯୁବ ସାମ୍ବାଦିକ ସ୍ବର୍ଗତଃ ଅରିନ୍ଦମ ଦାସଙ୍କୁ ସନ୍ଧ୍ୟା 6 ଘଣ୍ଟିକା ସମୟରେPWD ର ଗାନ୍ଧୀଛକ ଠାରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି I 2 ମିନିଟର ନିରବ ପ୍ରାର୍ଥନା କରି ସ୍ବର୍ଗତଃ ଅରିନ୍ଦମ ଦାସ ଙ୍କ ଅମର ଆତ୍ମାର ସତଗତି କାମନା କରାଯାଇଥିଲା I ଯୁବ ସମ୍ବାଦିକ ଓଟିଭିର ଜଣେ ସାହସୀ ଓ ଦକ୍ଷ ସାମ୍ବାଦିକ ଥିଲେ I ହେଲେ ଗତକାଲି ମହାନଦୀର ମୁଣ୍ଡୁଳି ଠାରେ ହାତୀ ଫସିଥିବା ଖବର ସଂଗ୍ରହ କରିବା ସମୟରେ ବୋଟ ବୁଡ଼ି ଦୁର୍ଘଟଣା ଘଟି ତାଙ୍କ ପ୍ରାଣ ବାୟୁ ଉଡିଯାଇଥିବା ଖବର ଶୁଣି ସାରା ଓଡ଼ିଶା ବାସୀ ଦୁଃଖ ରେ ସ୍ତବ୍ଧ ହୋଇଯାଇଥିଲେ I ତେଣୁ ତାଙ୍କ ଅମର ଆତ୍ମାର ସତଗତି ଉଦେଶ୍ୟରେ PWD ର ଗାନ୍ଧୀ ଛକ ଠାରେ
ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପାଢ଼ୀ, ପ୍ରମୋଦ କୁମାର ଦଣ୍ଡସେନା, ଚିତ ରଞ୍ଜନ ନାୟକ, ବିପ୍ର ଚରଣ ସାହୁ, ଅସିତ କୁମାର ବେହେରା, ବିଭୁତି ଲହରିଆ, ସୁରେଶ କୁମାର ପତି, ସୁକାନ୍ତ କୁମାର ତ୍ରିପାଠୀ, ସୁବ୍ରତ ମାଝୀ, ସୁରେଶ କୁମାର ପଣ୍ଡା, ବନବାସୀ ପ୍ରଧାନ, ସାମୁଏଲ ପ୍ରଧାନ ଯୋଗ ଦାନ କରି ସ୍ବର୍ଗତଃ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଇ
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ



