
ହିଜିଲିକାଟୁ,୨୫/୯(ଜିଲ୍ଲା ଖବର):କଟକ ମୁଣ୍ଡୁଳୀ ଠାରେ ଅପରେସନ ଗଜରାଜର ଖବର ସଂଗ୍ରହ ସମୟରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା କାର୍ଯ୍ୟରତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ରାଜ୍ୟର ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ହିଞ୍ଜିଳିକାଟୁ ପ୍ରେସ କ୍ଲବ ର ସଭାପତି ଦୂତି କୃଷ୍ଣ ସାବତ ଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟା ସମୟରେ ହିଞ୍ଜିଳି ବଜାର ମଧ୍ୟରେ ଥିବା ଶିଵ ମନ୍ଦିର ଠାରୁ ମହମ ବତୀ ଜଳାଇ ପ୍ରାୟ 30 ରୁ ଉର୍ଦ୍ଧ ସାମ୍ବାଦିକ ଦୀପ ଲଗାଇ ବସ୍ତାଣ୍ଡ କୁ ଯାଇ ନିରବ ପ୍ରାଥନା କରି ଥିଲେ ସ୍ବର୍ଗତ ଅରିନ୍ଦମ ଦାସଙ୍କ ଅମରାତ୍ମାର ସଦଗତି ପାଇଁ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିଂଜିଳି ସାମ୍ବାଦିକ ଉପସ୍ଥିତ ରହି ସ୍ମୃତି ଅର୍ଘ୍ୟ ପ୍ରଦାନ କରିଥିଲେ।
ରିପୋର୍ଟ : ତାପସ ପଣ୍ଡା


