Tuesday, November 17, 2026
Home ଆଞ୍ଚଳିକ ବିଦେଶ ରେ ଚାକରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଲୁଟ ଅଭିଯୋଗରେ ହିଂଜିଳି ପୋଲିସ ଦ୍ଵାରା3...

ବିଦେଶ ରେ ଚାକରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଲୁଟ ଅଭିଯୋଗରେ ହିଂଜିଳି ପୋଲିସ ଦ୍ଵାରା3 ଗିରଫ

18

ହିଞ୍ଜିଳି,୨୫/୯(ଜିଲ୍ଲା ଖବର):ହିଂଜିଳିକାଟୁ ପଟଣାସାହିରେ ଭଡାଘରେ ଚାଲିଥିବା ଏରାଉଣ୍ଡ ଦି ୱାର୍ଲ ଟ୍ରାଭେଲ ଏଜେସି ନାମରେ ଏକ ଠକ ସଂସ୍ଥା ବିଦେଶରେ ଲୋଭନୀୟ ଦରମାରେ
ଚାକିରୀ କରାଇବା ଆଳରେ ବହୁ ବେରୋଜଗାର ଯୁବକ ଓ ଯୁବତୀଙ୍କୁ ଲକ୍ଷାଧୁକ ଟଙ୍କା ଠକି ଛୁ ମାରିବା ଅଭିଯୋଗରେ ମାଷ୍ଟର ମାଇଣ୍ଡ ସମେତମୋଟ 3ଜଣ ଗିରଫ।ଗିରଫ ବ୍ୟକ୍ତି ମାନେ ହେଲେ ବଳରାମ ମହାରଣା(୩୩)ଇପିଲି ପ୍ରସାଦ ରାଓ(24)ରାଜୀବ ଜେନା(୨୮)।ପୋଲିସ କେସ ନମ୍ବର 450/21ରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।ସେମାନଙ୍କ ଠାରୁ ଲାପଟପ, ପେନ ଡ୍ରାଇଭ, ଡୁପ୍ଲିକେଟ ଅଫର ଲେର୍ଟର, ଭିସା,୪୧ଟା ଓର୍ଜିନାଲ ପାସ ପୋର୍ଟ, କିଛି ଅଫିସ ସାମଗ୍ରୀ ପୋଲିସ ଜବତ କରିଛି। ଠକାମୀର ଶିକାର ହୋଇଥିବା ବହୁ ଯୁବକଙ୍କ
ବିଦେଶରେ ଚାକିରୀ କରିବା ଆଶା ରେ ପ୍ରାୟ୧୪ ଲକ୍ଷ ୪ହଜାର ଟଙ୍କା ନେଇଥିବା ପୋଲିସ ଅନୁମାନ କରୁଛି।ସେମାନେ ସେହି ଟଙ୍କା କୁ ବାହାର ରାଜ୍ୟ ବୁଲି ନାମୀ ଦାମୀ ହୋଟେଲ ରେ ରହି ଧୁଲିସାତ କରିଛନ୍ତି।ଆଜି ହିଂଜିଲି ପୋଲିସକୁ ଏହି ସଫଳତା ମିଳିବା ପରେ ଏକ ସାମ୍ବାଦିକସମ୍ମିଳନୀ କରି sdpo ଉମା ଚରଣ ସିଂହ ସୂଚନା ଦେଇଥିଲେ।ଏହି ସମିଳନୀ ରେ ହିଂଜିଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅଭୀମନ୍ୟୁ ଦାସ ଙ୍କ ସମେତ ସମସ୍ତ ଥାନା କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ : ତାପସ କୁମାର ପଣ୍ଡା