Sunday, November 15, 2026
Home ଆଞ୍ଚଳିକ ଖୁବ୍‌ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଗଦର-୨ର ସିକ୍ବେଲ୍‌

ଖୁବ୍‌ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଗଦର-୨ର ସିକ୍ବେଲ୍‌

31

ମୁମ୍ବାଇ,୨୫/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଅମିଶା ପଟେଲ , ଅଭିନେତା ସନି ଦେଓଲ ଏବଂ ଅମରେଶ ପୁରୀଙ୍କ ଫିଲ୍ମ’ଗଦର:ଏକ୍ ପ୍ରେମ୍ କଥା’  କେବଳ  ବକ୍ସ ଅଫିସରେ ସଫଳତା ପାଇ ନଥିଲା ବରଂ ଏହା ଦର୍ଶକଙ୍କ ହୃଦୟକୁ ମଧ୍ୟ ବେଶ ଛୁଇଁଥିଲା ।  ତେବେ ୨୦୦୧ରେ ରିଲିଜ୍ ହୋଇଥିବା ଏହି ସୁପରହିଟ ଫିଲ୍ମର ସିକ୍ବେଲ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କାହିଁକି ନାଁ, ‘ଗଦର ୨’କୁ ନେଇ  ନିର୍ମାତା କାମ ଆରମ୍ଭ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଅନିଲ ଶର୍ମା ତାଙ୍କ ପୁଅ ଉତ୍କର୍ଷ ଶର୍ମାଙ୍କ ସହ ‘ଗଦର ୨’ର ସୁଟିଂ ପାଇଁ ପୁରାପୁରି ପ୍ରସ୍ତୁତ ହୋଇଛନ୍ତି ।ପୂର୍ବରୁ ହିଁ ଏହାର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ସାରିଛି । ପରିସ୍ଥିତିରେ ସୁଧାର ଆସିବାକୁ କେବଳ ଅପେକ୍ଷା କରିଥିଲେ ନିର୍ମାତା । ଆଉ ଏବେ ଖୁବ୍ ଶୀଘ୍ର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ।

ଫିଲ୍ମ ଗଦର କଥା କହିବାକୁ ଗଲେ, ଫିଲ୍ମର କାହାଣୀ ଠାରୁ ଆରମ୍ଭ କରି ଗୀତ ଏବଂ ଡାଇଲଗ ଯାଏଁ, ବେଶ ହିଟ ହୋଇଥିଲା  । ବକ୍ସ ଅଫିସରେ ଜବରଦସ୍ତ ସଫଳତା ମିଳିଥିଲା ଏହି ଫିଲ୍ମକୁ ।