
ନୂଆଦିଲ୍ଲୀ,୨୫/୦୯/୨୧ (ଜିଲ୍ଲା ଖବର) : ଛୋଟ ପରଦାରେ ଡାନ୍ସ ରିଆଲିଟି ଶୋ’ର କ୍ରେଜ୍ କିଛି ଅଲଗା । ଏବେ ‘ସୁପର ଡାନ୍ସର ଚାପ୍ଟର ୪’ ଶୋ’ ଫାଇନାଲ ଆଡକୁ ଗତି କରୁଥିବା ବେଳେ, ଏବେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଡାନ୍ସ ରିଆଲିଟି ଶୋ’ ’ଇଣ୍ଡିଆଜ୍ ବେଷ୍ଟ ଡାନ୍ସର ସିଜିନ୍ ୨’ । ଏହି ଶୋ’ ପ୍ରଥମ ସିଜିନରେ ମନୋରଞ୍ଜନ ଦୁନିଆଁରେ ଧମାଲ ମଚାଇବା ପରେ, ଏବେ ମେକର୍ସ ଏହାର ସିଜିନ୍ ୨ ର ଘୋଷଣା କରିଛନ୍ତି । ଖୁବ୍ ଶୀଘ୍ର ଏହି ଶୋ’ ସୋନି ଏଣ୍ଟରଟେନମେଣ୍ଟ ରେ ଆରମ୍ଭ ହେବାକୁ ଯାଉଛି । ପୁଣି ଥରେ ଏହି ଶୋ’ରେ ବିଚାରକ ଭାବେ, ମଲାଇକା ଆରୋରା, ଗୀତା କପୁର ଏବଂ ଟେରେନ୍ସ ଲୁଇସ୍ ନଜର ଆସିବେ ।
ଏହି ଶୋ’ର ସିଜିନ୍ ୨ କୁ ନେଇ ମଲାଇକା ଆରେରା କହିଛନ୍ତି ଯେ, ମୁଁ କହିପାରିବି ନାହିଁ , କି ମୁଁ ଡାନ୍ସ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ ଡାନ୍ସର’ରେ ପୁଣି ନଜର ଆସିବାକୁ ନେଇ କେତେ ଖୁସି ଏବଂ ଉସ୍ବାହିତ ଅଛି । ଗତ ସିଜିନରେ ଦମଦାର ଟ୍ୟାଲେଣ୍ଟ ଦେଖିବାକୁ ମିଳିଥିଲା । ଆଉ ଏଥର ପ୍ରତିଯୋଗୀ ମାନେ କେତେ ଦମ୍ ଦେଖାଇବେ ତାହା ଦେଖିବାକୁ ଅପେକ୍ଷା ।
ଠିକ୍ ସେମିତି ଏହି ଶୋ’କୁ ନେଇ ଟେରେନ୍ସ ଲୁଇସ୍ କହିଛନ୍ତି ଯେ, ‘ଇଣ୍ଡିଆଜ୍ ବେଷ୍ଟ ଡାନ୍ସର ସିଜିନ୍ ୨’ ପୁଣି ଆସିଗଲା । ଏଥର ଏହି ଶୋ’ ଆହୁରି ବଡ ଏବଂ ଭଲ ହେବ । ଏବେ ଏହି ସିଜିନକୁ ଅପେକ୍ଷା ।
ଏହି ଶୋ’କୁ ନେଇ ଗୀତା କପୁର ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ଏବଂ କହିଛନ୍ତି ଯେ, ‘ ଏହି ଶୋ’ ପ୍ରଥମ ସିଜିନରୁ ହିଁ ବହୁତ୍ ଫ୍ୟାନ୍ସ ଅଛନ୍ତି ।



