ପୋଲିସ ହେପାଜତରେ ଅଭିଯୁକ୍ତଙ୍କର ସନ୍ଦେହଜନକ ମୃତ୍ୟୁ, ମେଡିକାଲ ପରିସରରେ ଉତ୍ତେଜନା

18

ବରଗଡ,୨୫/୦୯/୨୧ (ଜିଲ୍ଲା ଖବର) :  ପୋଲିସ ହେପାଜତରେ ଅଭିଯୁକ୍ତଙ୍କର ସନ୍ଦେହଜନକ ମୃତ୍ୟୁ ।  ମୃତକ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ତୁରା ଗ୍ରାମର ଗୋବିନ୍ଦ କୁମ୍ଭାର । ଏକ ମାମଲାରେ ପୋଲିସ ତାଙ୍କୁ ରାତିରେ ଉଠାଇ ଆଣିଥିଲା ।  ଏହାପରେ ତାଙ୍କୁ ଚିକିତ୍ସା ପାଇଁ ବରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।  ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି ।  ମୃତକଙ୍କ ପରିବାର ଲୋକେ ମେଡିକାଲରେ ଭଙ୍ଗାରୁଜା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମେଡିକାଲରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।