
ନୂଆଦିଲ୍ଲୀ,୨୫/୦୯/୨୧ (ଜିଲ୍ଲା ଖବର) : ପ୍ରକାଶ ପାଇଲା ସିଭିଲ ସର୍ଭିସ ମେନ ପରୀକ୍ଷା ଫଳ। ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ୍ ପରୀକ୍ଷାର ଟପ୍ପର ହୋଇଛନ୍ତି ଶୁଭମ କୁମାର । ସେହିପରି ଦ୍ୱିତୀୟ ସ୍ଥାନରେ ଜାଗ୍ରତି ଅଓ୍ଵସ୍ଥି ଅଛନ୍ତି। ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍ କରିଥିବା ବେଳେ ଜାଗ୍ରତି ମଧ୍ୟ ହେଉଛନ୍ତି ଜଣେ ବି.ଟେକ୍ ଛାତ୍ରୀ। ସେହିପରି ତୃତୀୟ ସ୍ଥାନରେ ଅଙ୍କିତା ଜୈନ ଥିବା ବେଳେ ଚତୁର୍ଥ ସ୍ଥାନରେ ୟସ ଜାଲୁକା ଅଛନ୍ତି।
ସିଭିଲ୍ ସର୍ଭିସ୍ ମେନ ପରୀକ୍ଷାରେ ସମୁଦାୟ ୭୬୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସାଧାରଣ ବର୍ଗରୁ ୨୬୩ ଜଣ ଥିବାବେଳେ ଓବିସି ବର୍ଗର ୨୨୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ଏସ୍ସି ଓ ଏସ୍ଟି ବର୍ଗରୁ ଯଥାକ୍ରମେ ୧୨୨ ଜଣ ଓ ୬୧ ଏସ୍ଟି ବର୍ଗର ଜଣ ଛାତ୍ରଛାତ୍ରୀ ଅଛନ୍ତି।
ଯୋଗ୍ୟତା ଅନୁଯାୟୀ, ମୋଟ 761 ଜଣ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ଏହି ଫଳାଫଳ ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ପୋଲିସ ସେବା ତଥା କେନ୍ଦ୍ରୀୟ ସେବା, ଗ୍ରୁପ୍ ‘ଏ’ ଏବଂ ଗ୍ରୁପ୍ ‘ବି’ ପାଇଁ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି ।


