Thursday, November 12, 2026
Home ଆଞ୍ଚଳିକ 12 ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ଲଘୁଚାପ

12 ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ଲଘୁଚାପ

32

୨୫/୦୯/୨୧ (ଜିଲ୍ଲା ଖବର) :  ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଆଜି ଲଘୁଚାପ ଟି ପ୍ରଥମେ ଗଭୀର  ଅଵପାତ ଏବଂ ପରେ ଏକ ବାତ୍ୟା ର ରୂପ ନେବ। 26 ତାରିଖ ସନ୍ଧ୍ୟାରେ ଏହା ସ୍ଥଳ ଭାଗ ଛୁଇଁପାରେ ।

ଏହି ସମୟରେ ପବନ ର ବେଗ 80 ରୁ 90କିଲୋମିଟର ପ୍ରତି ଘଂଟା ହୋଇପାରେ। ବର୍ତ୍ତମାନ ଏହା ପୂର୍ବ – ଦକ୍ଷିଣ ପୂର୍ବ ଗୋପାଳପୁର ରୁ 670 କିଲୋମିଟର ଏବଂ  ଆନ୍ଦ୍ର ପ୍ରଦେଶ ର ପୂର୍ବ କଳିଙ୍ଗପାଟନମ  ରୁ 740 କିଲୋମିଟର ରେ ରହିଛି ।

ଏହି ସମୟରେ ସମୁଦ୍ର ରେ ଉଚ୍ଚ ଜୁଆର ଆସୁଥିବାରୁ ମତ୍ସ୍ୟଜୀବୀ ଭାଇ ମାନଙ୍କୁ  ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।