Home ଅପରାଧ ବିଜୁଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 2 ମୃତ

ବିଜୁଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 2 ମୃତ

11

ସୁନ୍ଦରଗଡ,୨୫/୦୯/୨୧ (ଜିଲ୍ଲା ଖବର) :   ବିଜୁଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ନିକଟ ଦେଇ ଯାଇଥିବା ବିଜୁଏକ୍ସପ୍ରେସ ୱେର ଝଗରପୁର ଏବଂ ରାମାବାହାଲ ମଝିରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ରାତି ପ୍ରାୟ 10.30 ଟା ରେ ରାମାବାହାଲ ଏବଂ ଝଗରପୁର ମଝିରେ ରାସ୍ତାରେ ଚାଲି ଚାଲି ଯାଉଥିବା ଏକ ପାଥଚାରୀକୁ ଧକ୍କା ଦେଇ ଭାରସାମ୍ୟ ହରାଇ ମଝି ରାସ୍ତାରେ ବସଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଖବର ପାଇ ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଆହତମାନଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ପଠାଇଛି ।