Tuesday, October 20, 2026
Home ଅପରାଧ ‘ଦ କପିଲ ଶର୍ମା ଶୋ’ ବିରୋଧରେ ଓକିଲ ଆଣିଲେ ଏମିତି ଅଭିଯୋଗ

‘ଦ କପିଲ ଶର୍ମା ଶୋ’ ବିରୋଧରେ ଓକିଲ ଆଣିଲେ ଏମିତି ଅଭିଯୋଗ

21

ନୂଆଦିଲ୍ଲୀ, ୨୫/୦୯/୨୧ (ଜିଲ୍ଲା ଖବର) : ଲୋକପ୍ରିୟ କମେଡି ଶୋ’ ’ଦ କପିଲ ଶର୍ମା ଶୋ’କୁ ନେଇ ଉପୁଜିଛି ବିବାଦ । ସୋନି ଟିଭିରେ ପ୍ରସାରିତ ଏହି ଶୋ’ ଏବେ କୋର୍ଟର କାଠଗଡାକୁ ଟଣା ହୋଇଛି । ଏହାର ଗୋଟେ ଏପିସୋଡ ଉପରେ ମାମଲା ହୋଇଛି । କାହିଁକି ନାଁ, ଶୋ’ର ମଞ୍ଚରେ କୋର୍ଟ ରୁମର ସିନ୍ ଦେଖାଇ ସେଠାରେ ମଦ୍ୟପାନର ଦୃଶ୍ୟ ଦେଖାଇବା ଏହି ଶୋ’ ପାଇଁ ମହଙ୍ଗା ପଡିଛି । ମଧ୍ୟପ୍ରଦେଶର ଜଣେ ଓକିଲୋ ଶିବପୁରୀ ଏହାକୁ କୋର୍ଟଙ୍କ ଅପମାନ ଦର୍ଶାଇ ଜିଲ୍ଲା କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ।

ତେବେ ଏହି ମାମଲାର ଶୁଣାଣି ଅକ୍ଟୋବର ୧ରେ ହେବ। ଯେଉଁ ଏପିସୋଡ୍‌ ପାଇଁ ଏହି ମାମଲା ହୋଇଛି ତାହା ଜାନୁଆରୀ ୨୦୨୦ରେ ପ୍ରସାରିତ ହୋଇଥିଲା। ଏଥିରେ କୋର୍ଟ ରୁମ୍‌କୁ ନଇେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଜଣେ କଳାକାର ନିଶାରେ ଥିବା ଭଳି ଅଭିନୟ କରିଥିଲେ।