
ନୂଆଦିଲ୍ଲୀ, ୨୫/୦୯/୨୧ (ଜିଲ୍ଲା ଖବର) : ମଡେଲିଂ ମାଧ୍ୟମରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଦିବ୍ୟା ଦତ୍ତଙ୍କ ଆଜି ଜନ୍ମଦିନ । ୨୫ ସେପ୍ଟେମ୍ବର ୧୯୭୭ରେ ଲୁଧିୟାନାରେ ଜନ୍ମଗ୍ରହଣ କରିଥିଲେ ସେ । ସେ ନିଜ ଅଭିନୟରେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଫିଲ୍ମ ବ୍ୟତୀତ ସେ ଟେଲି ଧାରାବାହିକରେ ମଧ୍ୟ କାମ କରିଛନ୍ତି । ଫିଲ୍ମ’ଇସ୍କ ମେଁ ଜିନା ଇସ୍କ ମେଁ ମରନା’ମାଧ୍ୟମରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ କିନ୍ତୁ ପ୍ରକୃତ ପରିଚୟ ମିଳିଥିଲା ତାଙ୍କୁ ପଞ୍ଜାବୀ ଫିଲ୍ମ’ ସହିଦ୍ ଏ ମହବତେ ବୁଟା ସିଂହ’ ମାଧ୍ୟମରୁ । ତାଙ୍କର ଏହି ଖାସ୍ ଦିନରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।
ଦିବ୍ୟା ଯେତେବେଳେ ୭ ବର୍ଷ ବୟସର ଥିଲେ, ସେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ତାଙ୍କ ମା’ ଏକା ତାଙ୍କର ଲାଳନ ପାଳନ କରିଥିଲେ । ତାଙ୍କ ମା’ ସରକାରୀ ଚାକିରୀ କରିଥିଲେ । ପିଲାଟି ଦିନରୁ ଅଭିନୟ ପ୍ରତି ରୁଚି ରଖିଥିଲେ ଦିବ୍ୟା ।
ଫିଲ୍ମ’ବୀରଗତି’, ‘ଇସକି ଟୋପି ଉସକେ ସର’, ‘ଭାଗ୍ ମିଲଖା ଭାଗ୍’,ବାଗବାନ’ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି ଦିବ୍ୟା । ଅନେକ ଫିଲ୍ମରେ ସେ କାମ କରି ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭକାମନା ।




