Tuesday, October 13, 2026
Home ଅପରାଧ ବୋଟ ଟ୍ରାଜେଡି: ମିଳିଥିବା ମୃତଦେହ ନିଖୋଜ ଯବାନଙ୍କର ନୁହେଁ କହିଲେ SRC

ବୋଟ ଟ୍ରାଜେଡି: ମିଳିଥିବା ମୃତଦେହ ନିଖୋଜ ଯବାନଙ୍କର ନୁହେଁ କହିଲେ SRC

5

୨୫/୦୯/୨୧ (ଜିଲ୍ଲା ଖବର) :  ଗତକାଲିଠୁ ନିଖୋଜ ଥିବା ଓଡ୍ରାଫ୍ ଯବାନଙ୍କର ମୃତଦେହ ଏବେ ଯାଏଁ ମିଳିନାହିଁ । ନରାଜ ନିକଟରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା ।  କିନ୍ତୁ ତାହା ନିଖୋଜ ଓଡ୍ରାଫ ଯବାନ ସୀରାମ ମୁର୍ମୁଙ୍କର ନୁହେଁ ବୋଲି ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ଏସଆରସ ପ୍ରଦୀପ ଜେନା ।

ପୂର୍ବରୁ ମିଳିଥିବା ମୃତଦେହଟି ନିଖୋଜ ଯବାନଙ୍କର ବୋଲି କହିଥିଲେ ଏସଆରସି । କିନ୍ତୁ ସୀତାରାମଙ୍କ ପରିବାର ଲୋକ ତାଙ୍କୁ ଚିହ୍ନଟ କରିନାହାନ୍ତି । ଏନେଇ ଏସଆରସି କହିଛନ୍ତି, ମୋ କାର୍ଯ୍ୟାଳୟରୁ ପ୍ରାପ୍ତ ନିଖୋଜ ODRAF ବ୍ୟକ୍ତିଙ୍କ ବିଷୟରେ ଉପରୋକ୍ତ ସୂଚନା ମୁଁ ଭୁଲ୍ ମନେ କରୁଛି ।  ଶ୍ରୀ ମୁର୍ମୁଙ୍କ ଶରୀର ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଭୁଲ ସୂଚନା ଦେଇଥିବାରୁ ଦୁଃଖିତ ବୋଲି ସେ କହିଛନ୍ତି । ଏହାସହ ଏନଡିଆରଏଫ ଅଧିକାରୀ ମଧ୍ୟ ମୃତଦେହ ସୀତାରାମଙ୍କର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । 

ସୂଚନାଯୋଗ୍ୟ, ଅପରେସନ ଗଜରାଜ ରେ ଗତକାଲି ଏକ ବୋଟ୍ ରେ ଅପରେସନ ଆରମ୍ଭ ହୋଇଥିଲା । ଯେଉଁଥିରେ ଓଡ୍ରାଫ୍ ଟିମ୍ ର 6 ଜଣ ରହିଥିଲେ । ସେଥିମଧ୍ୟରୁ ଜଣେ ନିଖୋଜ ରହିଥିଲେ । ଏହାପରେ ଏନଡିଆରଏଫ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଗତକାଲିଠୁ ଖୋଜାଖୋଜି ଚାଲିଥିବାବେଳେ ଆଜି ନରାଜ ନିକଟରୁ ମୃତଦେହ ଉଦ୍ଧାର ହୋଇଥିଲା ।  ଏହା ସୀତାରାମ ମୁର୍ମୁଙ୍କର ବୋଲି ସନ୍ଦେହ କରାଯାଉଥିବା ବେଳେ ପରିବାର ଲୋକେ ଏହାକୁ ଚିହ୍ନଟ କରିନାହାନ୍ତି ।

ସେପଟେ ହାତୀଟି ବିଳମ୍ବିତ ରାତିରେ ମୁଣ୍ଡଳୀ ବ୍ରିଜରୁ ଭାସି ଯାଇଛି । ବର୍ତ୍ତମାନ ହାତୀ କେଉଁଠି ଅଛି କିଛି ସ୍ପଷ୍ଟ ଜଣାପଡିନାହିଁ ।