
ନୂଆଦିଲ୍ଲୀ, ୨୫/୦୯/୨୧ (ଜିଲ୍ଲା ଖବର) : ଫିଲ୍ମ ନିର୍ଦ୍ଦେଶକ AR Murugadoss ଜଣେ ସଫଳ ନିର୍ଦ୍ଦେଶକ ହେବା ସଙ୍ଗେ ସଙ୍ଗେ ସେ ଜଣେ ଭଲ ସିନେମା ନିର୍ମାତା, ସ୍କ୍ରିନରାଇଟର ମଧ୍ୟ । ସବୁବେଳେ ସେ କିଛି ନା କିଛି ଭିନ୍ନ କନସେପ୍ଟ ନେଇ ଆସନ୍ତି ।
ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି ସେ ଦର୍ଶକଙ୍କୁ । ତାମିଲ ଫିଲ୍ମ ବ୍ୟତୀତ ସେ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମ ମାଧ୍ୟମରେ ମଧ୍ୟ ସେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ୨୫ ସେପ୍ଟେମ୍ବର ୧୯୭୪ରେ ତାମିଲନାଡୁରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ହେଉଛି ତାଙ୍କର ଜନ୍ମଦିନ ।
ସାଉଥ୍ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜ କାମକୁ ନେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସେ । ଅନେକ ବଡବଡ କଳାକାରଙ୍କ ସହ ସେ କାମ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।




