Thursday, November 12, 2026
Home ଆଞ୍ଚଳିକ ଡ୍ରୀମ୍ ଗାର୍ଲଙ୍କ ଡାନ୍ସ ଦେଖି ଦିଓ୍ବାନା ହେଲେ ଫ୍ୟାନ୍ସ

ଡ୍ରୀମ୍ ଗାର୍ଲଙ୍କ ଡାନ୍ସ ଦେଖି ଦିଓ୍ବାନା ହେଲେ ଫ୍ୟାନ୍ସ

12

ନୂଆଦିଲ୍ଲୀ, ୨୫/୦୯/୨୧ (ଜିଲ୍ଲା ଖବର) : ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ଡାନ୍ସ ରିଆଲିଟି ଶୋ’ ‘ସୁପର୍ ଡାନ୍ସର ଚାପ୍ଟର ୪’ ଏବେ ବେଶ ଚର୍ଚ୍ଚାରେ । ଏଥିରେ ପ୍ରତିଯୋଗୀମାନେ ଏକଦମ୍ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । କେହି କାହା ଠାରୁ କମ୍ ନୁହଁନ୍ତି ।  ସେଟରେ ବିଚାରକ ଏବଂ ପ୍ରତିଯୋଗୀଙ୍କ ମଧ୍ୟରେ ଖୁବ୍ ମସ୍ତି ମଧ୍ୟ ହେଉଛି । ତେବେ ଏହାର ଆଗାମୀ ଏପିସୋଡରେ ବଲିଉଡର ଡ୍ରୀମ୍ ଗର୍ଲ, ହେମା ମାଳିନୀ ଗେଷ୍ଟ ଭାବେ ନଜର ଆସିବାକୁ ଯାଉଛନ୍ତି ।  ଏହି ଏପିସୋଡର ଏକ ଡାନ୍ସ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ହେମା ମାଳିନୀଙ୍କର ଏହି ଡାନ୍ସ ଭିଡିଓ, ସୋନି ଟିଭି ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରାଯାଇଛି । ଏଥିରେ ହେମା ମାଳିନୀଙ୍କ ସହିତ ଶିଳ୍ପା ଶେଟ୍ଟୀ ନଜର ଆସୁଛନ୍ତି । ହେମା ମାଳିନୀ ଏହି ଭିଡିଓରେ ଧର୍ମେନ୍ଦ୍ରଙ୍କର ଫେମସ୍ ଡାନ୍ସ ଷ୍ଟେପ୍ କରୁଥିବା ନଜର ଆସୁଛନ୍ତି  । ଏଥିରେ ଶିଳ୍ପା ତାଙ୍କୁ ସାଥ୍ ଦେଉଛନ୍ତି । ଧର୍ମେନ୍ଦ୍ରଙ୍କ ‘ ମେଁ ଜଟ୍ ୟମଲା ପଗଲା ଦିଓ୍ବାନା’ ଗୀତରେ ହେମା ମାଳିନୀ ଜବରଦସ୍ତ ଡାନ୍ସ କରୁଛନ୍ତି ।

ତାଙ୍କର ଏହି ଡାନ୍ସ ଦେଖି ଫ୍ୟାନ୍ସ ତାଙ୍କର ବେଶ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଏବେ ବେଶ ଭାଇରାଲ ହେଉଛି ।