
୨୫/୦୯/୨୧ (ଜିଲ୍ଲା ଖବର) : ପିପିଲି ଉପନିର୍ବାଚନକୁ ଆଉ କେଇଟା ଦିନ ଥିବାବେଳେ ଆଜି ପିପିଲି ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉତ୍ତରା ଛକରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ପିପଲି ଗସ୍ତ ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧଜ୍ଞଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରୁଛନ୍ତି । ପିପିଲିରେ ପହଞ୍ଚିବା ପରେ ତାଙ୍କୁ ବିଜେପି ପ୍ରାର୍ଥୀ ଅଶ୍ରିତ ପଟ୍ଟନାୟକ ଓ ବିଜେପି କର୍ମୀ ସ୍ୱାଗତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପିପିଲି ନିର୍ବାଚନମଣ୍ଡଳୀର ମଧୁପୁର (ପୁବାଶାସନ)ରୁ ପ୍ରଚାର କରିବା ସହ ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରିବେ ବୋଲି ଜଣାପଡ଼ିଛି । ତେବେ ବିଜେପି କର୍ମୀ ଓ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି ।



