Sunday, November 15, 2026
Home ଆଞ୍ଚଳିକ ଅରିଦମ ଦାସଙ୍କ ଦୁଃଖଦ ବିୟୋଗରେ ସାରା ରାଜ୍ୟ ଆଜି ସ୍ତବ୍ଧ

ଅରିଦମ ଦାସଙ୍କ ଦୁଃଖଦ ବିୟୋଗରେ ସାରା ରାଜ୍ୟ ଆଜି ସ୍ତବ୍ଧ

30

ଜଟଣୀ,୨୫/୯(ଜିଲ୍ଲା ଖବର) :ବରିଷ୍ଠ ସାମ୍ବାଦିକ ଅରିଦମ ଦାସଙ୍କ ଦୁଃଖଦ ବିୟୋଗରେ ସାରା ରାଜ୍ୟ ଆଜି ସ୍ତବ୍ଧ, ଗୋଟିଏ ହାତୀର ପ୍ରାଣ ବଞ୍ଚେଇବାର ଦୃଶ୍ୟକୁ ଲାଇଫ କଭରେଜ କରିବାକୁ ଯାଇ ଆଜି ସେ ନିଜର ପ୍ରାଣ ବଳି ଦେଇଛନ୍ତି, ସେ ଜଣେ ନିର୍ଭିକ, ଦୁଃସାହସିକ ଓ ସାମ୍ବାଦିକତା ଆଗରେ ନିଜର ଜୀବନ ତୁଛବୋଲି ପ୍ରମାଣ କରିଛନ୍ତି, ଏହି ମର୍ମରେ ଉତ୍ତରାୟଣୀ ଥିଏଟର କ୍ଲବ, ଜଟଣୀ ତରଫରୁ, ମା ଉତ୍ତରାୟଣୀ ମନ୍ଦିରରେ ଏକତ୍ରିତ ହୋଇ ଅରବିନ୍ଦଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସାମୁହିକ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ନିରବ ପ୍ରାର୍ଥନା ମଧ୍ୟ କରିଥିଲେ, ନାଟ୍ୟକାର/ନିର୍ଦ୍ଧେଶକ ବିପ୍ଳବ ଶତପଥି, ଉମାକାନ୍ତ ମୁଦୁଲି, ପଞ୍ଚାନନ ମହାପାତ୍ର, ନିରଞ୍ଜନ ବେହେରା, ସାଇପ୍ରସାଦ, ବିରସ୍ବଧୀନ, ତାପସ,ରଂଜିତ, ତ୍ରିଲୋକ, ମିତାଲି, ରୋଜାଲିନ ସମେତ ଆନ୍ୟ କଳାକାର ମନେ ମଧ୍ୟ ଉପସ୍ଥିତ ଥିଲେ .
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର