Tuesday, November 17, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସେବା ଦିବସ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସେବା ଦିବସ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ

77

ଆସିକା,୨୪/୯ (ଜ଼ିଲ୍ଲା ଖବର ):ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର କେଦାରନାଥ ପଣ୍ଡାଙ୍କ ପୌରହିତ୍ୟରେ ଏବଂ ରାଷ୍ଟ୍ରୀୟ ସେବା ଯୋଜନାର ସମସ୍ତ ୟୁନିଟ୍ ର ମିଳିତ ସହଯୋଗରେ ଜାତୀୟ ସେବା ଦିବସ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅନେକ ବିଦ୍ୟାର୍ଥୀ ମଧ୍ୟ ସ୍ବେଚ୍ଛାକୃତ ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ମଞ୍ଚାସୀନ କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ପ୍ରଦୀପ ପ୍ରଜ୍ଜ୍ବଳନ ଏବଂ ସେବା ସମ୍ବନ୍ଧୀୟ ଉଦବୋଧନ ସଂଗୀତ ପରିବେଷଣ ହୋଇଥିଲା। ଯୁକ୍ତ ଦୁଇର ଏନ୍ଏସ୍ଏସ୍ ଅଧିକାରୀ ଯୁବ ଅଧ୍ୟାପକ ପ୍ରଦୀପ ସବର ଅତିଥିଙ୍କ ପରିଚୟ ପ୍ରଦାନ କରଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପଣ୍ଡା ସ୍ବାଗତ ଭାଷଣ ଏବଂ ସେବାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସେବା ମାଧ୍ୟମରେ ହିଁ ବ୍ୟକ୍ତିତ୍ବ ବିକାଶ ହୋଅଥାଏ ବୋଲି ଛାତ୍ରମାନଙ୍କୁ ଉଦାହରଣ ମାଧ୍ୟମରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଅଧ୍ୟାପକ ତଥା ପୂର୍ବତନ ଗଂଜାମ ଜିଲ୍ଲାର ରାଷ୍ଟ୍ରୀୟ ସେବା ଯୋଜନା ଅଧିକାରୀ
ଡ଼. ସତୀଶ୍ ପ୍ରସାଦ ନାୟକ। ମୁଖ୍ୟ ଅତିଥି ପ୍ରଫେସର ନାୟକ ରାଷ୍ଟ୍ରୀୟ ସେବା ଯୋଜନାର ମୂଳ ଲକ୍ଷ, ଆଭିମୁଖ୍ୟ, ମାନବିକତାର ମୂଳ ମନ୍ତ୍ର ତଥା ସେବା ର ସ୍ଳୋଗାନ, ସ୍ବାମୀ ବିବେକାନନ୍ଦଙ୍କ ମହତ୍ ବାଣୀ ତଥା ଓଯୋସ୍ବିନୀ ସଂଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେବା ପ୍ରତି ଅନୁପ୍ରାଣିତ କରିପାରିଥିଲେ। ଛାତ୍ରୀଙ୍କ ଉଦଯାପନୀ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ସଭାର ସମସ୍ତ ଅତିଥିଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା। ଯୁକ୍ତ ତିନି ଏନ୍ଏସ୍ ଏସ୍ ୟୁନିଟ -୧,୨,୩ର ଏନ୍ଏସ୍ଏସ୍ ଯୋଜନା ଅଧିକାରୀ ଅଧ୍ୟାପକ ବିଭୁକଲ୍ୟାଣ ପଣ୍ଡା, ଦୟାନିଧି ବଡ଼ରଇତ ଏବଂ ଅଧ୍ୟାପିକା ସସ୍ମିତା ପାତ୍ରଙ୍କ ସକ୍ରିୟ ଉଦ୍ୟମରେ ସଭାକାର୍ଯ୍ୟ ସଫଳ ରୂପାୟନ ହୋଇପାରିଥିଲା। ଏହି ସଭାରେ ଅଧ୍ୟାପକ ଡ଼. ଅଭୟକେଶରୀ ପରିଚ୍ଛା ପଟ୍ଟନାୟକ, ରାଜେଶ୍ କୁମାର ସାହୁ, ସାଲ୍ କୁମାର ସ୍ବାମୀ, ଦେବବ୍ରତ ସାହୁ ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ। ପରିଶେଷରେ ଶ୍ରୀମତୀ ସସ୍ମିତା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।