Home ଆଞ୍ଚଳିକ କମଲା ହାରିସଙ୍କୁ ପ୍ରଶଂସା କଲେ, ଭାରତ ଆସିବାକୁ ନିମନ୍ତ୍ରଣ ଦେଲେ ପ୍ରଧାନମନ୍ତ୍ରୀ

କମଲା ହାରିସଙ୍କୁ ପ୍ରଶଂସା କଲେ, ଭାରତ ଆସିବାକୁ ନିମନ୍ତ୍ରଣ ଦେଲେ ପ୍ରଧାନମନ୍ତ୍ରୀ

7

୨୪/୦୯/୨୧ (ଜିଲ୍ଲା ଖବର) :  କରୋନା ମହାମାରୀ କାଳରେ 3 ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ଆମେରିକା ଉପରାଷ୍ଟ୍ରପତି କମଲା ହାରିସ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସଦେ ସୁଗାଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦି ଓ କମଲା ହାରିସଙ୍କ ମଧ୍ୟରେ ମିଟିଂ ହୋଇଛି।  କୋଭିଡ୍, କ୍ଲାଇମେଟ ଚେଞ୍ଜ ଓ ଆତଙ୍କବାଦ ପ୍ରସଙ୍ଗରେ ହୋଇଛି ଆଲୋଚନା । ବୈଠକରେ ଭାରତ-ଆମେରିକା ଦ୍ୱିପାକ୍ଷିକ ସଂପର୍କ ଅଧିକ ମଜଭୁତ କରିବାକୁ ରଣନୀତି ଉପରେ ହୋଇଛି ଚର୍ଚ୍ଚା । ଏହି ଅବସରରେ ରାଷ୍ଟ୍ରପତି ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ନେତୃତ୍ବରେ ଦୁଇ ଦେଶ ମଧ୍ୟରେ ସଂପର୍କ ଅଧିକ ବଢ଼ିବା ନେଇ ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ ।

କମଲା ହାରିସଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଆପଣ ବିଶ୍ବର ଅନେକ ଲୋକଙ୍କ ପାଇଁ ପ୍ରେରଣା । ଆପଣଙ୍କ ଗସ୍ତକୁ ଦେଶବାସୀ ମଧ୍ୟ ଅପେକ୍ଷା କରିଛନ୍ତି । ସେହିପରି କୋଭିଡ ଟିକାର ରପ୍ତାନିକୁ ଟିକସ ମୁକ୍ତ କରିବାର ନିଷ୍ପତ୍ତିକୁ ସ୍ବାଗତ କରିଛି ଆମେରିକା । ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପରେ ବିଦେଶ ସଚିବ ହର୍ଷ ଶୃଗଲା ପାକ୍ ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି ଦୁଇ ନେତାଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାଇବର ସୁରକ୍ଷା, ମହାକାଶ ମିଶନ ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି । ତେବେ ଆତଙ୍କବାଦ ପ୍ରସଙ୍ଗରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି । ଆମେରିକା ମଧ୍ୟ କହିଛି, ଆତଙ୍କୀ ଓ ଆତଙ୍କବାଦକୁ ସମର୍ଥନ ଦେବା ବନ୍ଦ କରୁ ପାକିସ୍ତାନ । ପାକିସ୍ତାନରେ ଆତଙ୍କୀ ସଂଗଠନ ଆକ୍ଟିଭ ରହିଛନ୍ତି, ଯାହାକୁ ବନ୍ଦ କରିବାକୁ ତୁରନ୍ତ ଆକ୍ସନ ଜରୁରୀ ।