Sunday, November 15, 2026
Home ଆଞ୍ଚଳିକ ଆଜି ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ଆଜି ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

8

୨୪/୦୯/୨୧ (ଜିଲ୍ଲା ଖବର) :  ଆଜି ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରକ୍ଷା, ସହଯୋଗ, ଆଫଗାନ ସ୍ଥିତି ନେଇ ଆଲୋଚନା ହୋଇପାରେ । ଚୀନର ବିସ୍ତାରବାଦୀ, ସୀମାପାର ଆତଙ୍କବାଦ ସମସ୍ୟାର ସମାଧାନ ନେଇ ମଧ୍ୟ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା ହୋଇପାରେ ।  ଏହି ବୈଠକ ଉପରେ ଭାରତ, ଆମେରିକା ସମେତ ପୂରା ବିଶ୍ୱର ନଜର ରହିଛି ।

ଗତକାଲି ୱାସିଂଟନ ଡିସିରେ ଗ୍ଲୋବାଲ ସିଇଓ ମିଟ୍ ରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ କ୍ବାଲକମ, ଆଡୋବ, ଜେନେରାଲ ଆଟୋମିକ୍ସ , ଫାଷ୍ଟ୍ ସୋଲାର ଓ ବ୍ଲାକ୍ ଷ୍ଟୋନ୍ ଭଳି ବିଶ୍ବ ସ୍ତରୀୟ ସଂସ୍ଥାର ସିଇଓ ମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ୪୦ ବିଲିୟନ ଡଲାରର ପୁଞ୍ଜି ନିବେଶ କରିବାକୁ ମୋଦିଙ୍କୁ ଜଣାଇଛନ୍ତି କ୍ବାଲକମ କମ୍ପାନିର ସିଇଓ । ଏଥିସହ ନିବେଶ ପାଇଁ ଭାରତ ବିଶ୍ବର ସବୁଠୁ ଭଲ ସ୍ଥାନ ହୋଇଥିବା ବୈଠକରେ ମିଳିତ ଭାବେ କହିଥିଲେ ସିଇଓ ।