
୨୪/୦୯/୨୧ (ଜିଲ୍ଲା ଖବର) : IPL ୨୦୨୧ର ୩୪ତମ ମ୍ୟାଚ୍ ରେ ମୁମ୍ବାଇକୁ ୭ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୫୫ ରନ କରିଥିଲା । ଜବାବରେ ୧୫.୧ ଓଭରରେ ମାତ୍ର ୩ ୱିକେଟ ହରାଇ ମ୍ୟାଚ୍ କୁ ସହଜରେ ଜିତି ନେଇଛି କୋଲକାତା ।
କୋଲକାତା ପକ୍ଷରୁ ରାହୁଲ ତ୍ରିପାଠୀ ସର୍ବାଧିକ ୭୪ ରନ ଓ ଭେଙ୍କଟେସ ଆୟର ୫୦ ରନ ସଂଗ୍ରହ କରିଥିଲେ । ମୁମ୍ବାଇ ପକ୍ଷରୁ କେବଳ ଜସପ୍ରିତ ବୁମରାଙ୍କୁ ୩ଟି ୱିକେଟ ମିଳିଥିଲା । ଅନ୍ୟ କୌଣସି ବୋଲର କୋଲକାତାର ବ୍ୟାଟ୍ସମ୍ୟାନଙ୍କୁ ରୋକିବାରେ ସକ୍ଷମ ହୋଇ ନଥିଲେ ।
ଚଳିତ IPLରେ ମୁମ୍ବାଇ ୮ଟି ମ୍ୟାଚ୍ ଖେଳି ୪ଟି ବିଜୟ ଓ ୪ଟି ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପଟେ କୋଲକାତା ୮ଟି ମ୍ୟାଚ୍ ରୁ ୩ଟି ବିଜୟ ଓ ୫ଟି ପରାଜୟ ସହ ଷଷ୍ଠ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ ।



