Thursday, October 15, 2026
Home ଅପରାଧ STF ପଞ୍ଜାରେ ବନ୍ଧୁକ ବେପାରୀ, ୨ ଗିରଫ

STF ପଞ୍ଜାରେ ବନ୍ଧୁକ ବେପାରୀ, ୨ ଗିରଫ

6

୨୪/୦୯/୨୧ (ଜିଲ୍ଲା ଖବର) : STF ପଞ୍ଜାରେ ବନ୍ଧୁକ ବେପାରୀ। ୯ ଟି ଦେଶୀ ବନ୍ଧୁକ ସହ ଗୋଟିଏ ପିସ୍ତଲ ଜବତ କରିଛି STF। । ଦୀର୍ଘଦିନ ହେଲା ଢେଙ୍କାନାଳ ଜିଲ୍ଲା ଭାପୁର ଗାଁର ଜନଗହଳି ପୂର୍ଣ୍ଣ ରାସ୍ତା ନିକଟରେ ଚୋରା ବନ୍ଧୁକ କାରବାର ଚାଲିଥିବା ଖବର ମିଳିଥିଲା। ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ଏସଟିଏଫ ଟିମ ଚଢାଉ କରିଥିଲା। ତେବେ ଏହି ଟିମ ୨ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଜବତ କରିଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି।