Wednesday, November 11, 2026
Home ଆଞ୍ଚଳିକ ଦାରିଦ୍ର୍ୟର କାରଣ ଦର୍ଶାଇ ପୁଙ୍ଖାନୁପୁଙ୍ଖ ଭାବେ କହିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଦାରିଦ୍ର୍ୟର କାରଣ ଦର୍ଶାଇ ପୁଙ୍ଖାନୁପୁଙ୍ଖ ଭାବେ କହିଲେ ସାଂସଦ ଅପରାଜିତା ଷଡଙ୍ଗୀ

19

୨୪/୦୯/୨୧ (ଜିଲ୍ଲା ଖବର) :  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାର କହୁଛନ୍ତି ଆମେ ବିକାଶରେ, ପୁଞ୍ଜି ନିବେଶରେ ନଂ 1 । ପ୍ରକୃତରେ ଆମେ ଦ୍ରାରିଦ୍ର୍ୟରେ  ତଳ ଆଡ଼ୁ ନଂ 1 ।  ଏ ତଥ୍ୟ କହୁଛି ଏନଏସଏସଓ ବା ନ୍ୟାସନାଲ୍ ସାମ୍ପୁଲ ସର୍ଭେ ଅର୍ଗାନାଇଜେସନ । ପ୍ରତ୍ୟେକ ଘରର ସମ୍ପତ୍ତିର ମୁଲ୍ୟ କେତେ ଆଉ ଋଣ କେତେ ଏଥିରୁ ଜଣା ପଡ଼ୁଛି ରାଜ୍ୟରେ ଦ୍ରାରିଦ୍ର୍ୟର ସ୍ଥିତି । ଏନଏସ୍ଏସଓ ରିପୋର୍ଟ ଅନୁସାରେ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଘରର ସମ୍ପତ୍ତିର ମୁଲ୍ୟ 5 ଲକ୍ଷ 32 ହଜାର । ଆଉ ସହରାଞ୍ଚଳରେ ଏହା 13 ଲକ୍ଷ 41 ହଜାର ।

ଓଡ଼ିଶାର 40 ପ୍ରତିଶତ ପରିବାର ଋଣଗ୍ରସ୍ଥ । ପ୍ରତ୍ୟେକ ପରିବାରର ଋଣର ପରିମାଣ 5.5 ପ୍ରତିଶତ । ଚାଷୀଙ୍କ ମାସିକ ଆୟ 2015 ରୁ 17 ରେ 7 ହଜାର 730 ଟଙ୍କା ଥିଲା ଏବେ 5 ହଜାରକୁ ଖସିଛି । ଓଡ଼ିଶାରେ ପ୍ରତି ଚାଷୀ ଦିନକୁ ମାତ୍ର 170 ଟଙ୍କା ଆୟ କରନ୍ତି। ଗିନି କୋ-ଏଫିସିଏଣ୍ଟ ଅର୍ଥାତ ଆୟ ଏବଂ ବ୍ୟୟ ଅସମାନତାରେ  ଆମେ ତଳ ଆଡ଼ୁ ପ୍ରଥମ, 36 ତମ ସ୍ଥାନରେ ଅଛୁ। ନୀତି ଆୟୋଗ ରିପୋର୍ଟ ଅନୁସାରେ ଓଡ଼ିଶା ଦ୍ବିତୀୟ ଅଧିକ ଜନସଂଖ୍ୟା ଥିବା ଗରିବ  ରାଜ୍ୟ। ଆମେ ବିଶ୍ବକପ୍ ହକି ସ୍ପନ୍ସର କଲେ ଦ୍ରାରିଦ୍ର୍ୟ ଦୂର ହେବନି। ଯଦି କେନ୍ଦ୍ରୀୟ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ଥାନ୍ତା ତାହେଲେ ଦ୍ରାରିଦ୍ର୍ୟ ଦୁର କରିବାରେ କିଛି ସଫଳ ହୋଇଥାନ୍ତା। ଡିଏମଏଫ ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା। ଏତେ ଟଙ୍କା କେଉଁଠି କିପରି ଖର୍ଚ୍ଚ ହୋଇଛି ।

21 ବର୍ଷ ଏକ ଲମ୍ବା ସମୟ। ଏଥି ପାଇଁ ସରକାରୀ ଅଧିକାରୀ ଏବଂ ସଂସ୍ଥା ସରକାର ଦାୟୀ ଏବଂ ଶାସକ ଦଳ ଦାୟୀ। ଓଏଲଆରଡ଼ିସିରେ ବହୁ ଦୁର୍ନୀତି ହୋଇଛି। ସମସ୍ତ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଛି।  ଦ୍ରାରିଦ୍ର୍ୟର ଏକ ମୁଖ୍ୟ କାରଣ ଦୁର୍ନୀତି ବୋଲି କହିଲେ ଅପରାଜିତା ।