ଗୋଟାଏ କାର୍‌ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ଫୁଟ୍‌ପାଥ୍‌ ଉପରକୁ ମାଡ଼ିଯିବାରୁ ସାତ ଜଣ ଲୋକ ଆହତ

19

ବେଙ୍ଗାଲୁରୁ ,୧୯/୮(ଜିଲ୍ଳାଖବର) :ରବିବାର ଦିନ ଗୋଟାଏ କାର୍‌ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ଏଚ୍‌ଏସ୍‌ଆର୍‌ ଲେଆଉଟ୍‌ ଅଞ୍ଚଳର ଫୁଟ୍‌ପାଥ୍‌ ଉପରକୁ ମାଡ଼ିଯିବାରୁ ସାତ ଜଣ ଲୋକ ଆହତ ହୋଇଛନ୍ତି । ସିସିଟିଭି କ୍ୟାମେରା ଫୁଟେଜ୍‌ରେ ଉତ୍ତୋଳିତ ଦୃଶ୍ୟରେ ଦେଖାଯାଉଛି ଦ୍ରୁତ ବେଗରେ କାର୍‌ଟି ପଥଚାରୀଙ୍କ ଉପରେ ମାଡ଼ି ଯାଉଛି। ପରେ ପରେ ପ୍ରତ୍ୟକ୍ଷଦର୍ଶୀମାନେ ଆହତମାନଙ୍କୁ ସାହାଯ୍ୟ କରିବାକୁ କାର୍‌ ଆଡ଼କୁ ଧାଇଁ ଯାଉଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଖବର ଅନୁସାରେ, ଅପରାହ୍ଣ ୩ଟା ବେଳେ ଗୋଟାଏ ରାସ୍ତାକଡ଼ ଖାଇବା ଦୋକାନ ସମ୍ମୁଖରେଏହି ଅଘଟଣ ଘଟିଛି । ଏବଂ ଆହତ ସାତ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି । ଗାଡ଼ିର ଚାଳକ ହେଉଛନ୍ତି ଗୋଟାଏ ଟ୍ରଭେଲ୍‌ ଏଜେନ୍‌ସିଜ୍‌ରେ କାମ କରୁଥିବା ରାଜେନ୍ଦ୍ର । ସେ ନିଶାଗ୍ରସ୍ତ ଥିଲେ ବୋଲି କୁହାଯାଉଛି। ନିୟନ୍ତ୍ରଣ ହରାଇବାରୁ ସେ ଖାଇବା ଦୋକାନ ବାହାରେ ଥିବା ଲୋକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବୋଲି ପୁଲିସ କହିଛି । ତାଙ୍କୁ ପୁଲିସ ହାଜତକୁ ନେଇଛି।