
୨୪/୦୯/୨୧ (ଜିଲ୍ଲା ଖବର) : ହାତୀକୁ ଉଦ୍ଧାର ବେଳେ ଓଡ୍ରାଫ ବୋଟ୍ ଓଲଟିବା ଘଟଣା । ହାତୀକୁ କୂଳକୁ ଘଉଡାଇବା ପାଇଁ ଏକ ବୋଟ୍ ରେ ପାଣିରେ ଯାଉଥିଲା ଓଡ୍ରାଫ୍ ବୋଟ୍ । ଏହି ଟିମ୍ ରେ ଖବର ସଂଗ୍ରହ ପାଇଁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମ ଓଟିଭିର ପ୍ରତିନିଧି ଅରିନ୍ଦମ ଦାସ ଏବଂ କ୍ୟାମେରା ପରସନ ପ୍ରଭାତ ବିଶୋଇ ମଧ୍ୟ ସେଠାରେ ଫସି ଥିଲେ । ତେବେ ଉଭୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।
ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଟ୍ ରେ ମୋଟ 8 ଜଣ ଥିବାବେଳେ 7 ଜଣଙ୍କୁ ଉଦ୍ଧାର କରାଯାଇଛି । ହେଲେ ଜଣଙ୍କର ଏବେ ପର୍ଯ୍ୟନ୍ତ ପତ୍ତା ମିଳୁନାହିଁ । ତାଙ୍କୁ ଉଦ୍ଧାର ପାଇଁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅନ୍ୟପଟେ ହାତୀଟି ମଧ୍ୟ ସେହି ସ୍ଥାନରେ ଫସି ରହିଛି । ଯେଉଁ ସ୍ଥାନରେ ଦନ୍ତା ରହିଥିଲା ଠିକ୍ ସେହି ସ୍ଥାନରେ ହିଁ ହାତୀ ରହିଛି।


