
ନୂଆଦିଲ୍ଲୀ,୨୪/୦୯/୨୧ (ଜିଲ୍ଲା ଖବର) : ଏକ ରାଷ୍ଟ୍ରୀୟ ତମାଖୁ ବିରୋଧି ସଙ୍ଗଠନ ବଲିଉଡ ସୁପରଷ୍ଟାର ଅମିତାଭ୍ ବଚ୍ଚନଙ୍କୁ ପାନ ମସଲାକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନରୁ ହଟିବାକୁ ଅନୁରୋଧ କରିଛି। ବିଗବି ଙ୍କୁ ସେ ନିବେଦନ କରି କହିଛନ୍ତି ଯେ, ଯଦି ସେ ଏହା କରନ୍ତି, ତେବେ ତାଙ୍କର ଏହି ପଦକ୍ଷେପ ଯୁବକମାନଙ୍କୁ ତମାଖୁ ସେବନରୁ ଦୂରେଇ ରଖିବାରେ ବେଶ ସାହାଯ୍ୟ କରିବ।
ଏହି ମାମଲାରେ ଏନଓଟିଇର ଅଧ୍ୟକ୍ଷ ଡକ୍ଟର ଶେଖର ସାଲ୍କର୍ ଅମିତାଭ ବଚ୍ଚନଙ୍କୁ ଚିଠି ଲେଖି କହିଛନ୍ତି, ‘ଭେଟେରାନ୍ ଅଭିନେତା ନିଜକୁ ‘ସରୋଗେଟ୍’ ପାନ ମସଲା ବିଜ୍ଞାପନରୁ ଦୂରେଇ ରଖିବା ଉଚିତ ଓ ଏହା ସହିତ ସେ ଯୁବକମାନଙ୍କୁ ମଧ୍ୟ ଏହି ନିଶା ଠାରୁ ଦୁରେଇ ରଖିବା ପାଇଁ ତମାଖୁ ବିରୋଧୀ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରିବା ଉଚିତ୍।
କେବଳ ଏତିକି ନୁହେଁ , ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ନିକଟରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ସୁପାରୀ ପଦାର୍ଥ ଶରୀରରେ କର୍କିନୋଜେନରେ ପରିଣତ ହୋଇପାରେ, ଯାହାକି ପାଟି କର୍କଟ ରୋଗର କାରଣ ହୋଇପାରେ।’

LONDON, ENGLAND – JUNE 16: Amitabh Bachchan arrives at the World Premiere of Raavan at the BFI Southbank on June 16, 2010 in London, England. (Photo by Gareth Cattermole/Getty Images)
ଏହା ସହିତ, ତମାଖୁ ବନ୍ଦ କରିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣେ ଅଙ୍କୋଲୋଜିଷ୍ଟ ତଥା ଏନଜିଓର ସଦସ୍ୟ ଭାବରେ ମୁଁ ଶାହାରୁଖ ଖାନ, ଅଜୟ ଦେବଗନ, ରଣଭୀର ସିଂଙ୍କ ଭଳି ବଲିଉଡର ବିଭିନ୍ନ ପ୍ରଭାବଶାଳୀ ତଥା ପ୍ରସିଦ୍ଧ ଅଭିନେତାଙ୍କ ବିଜ୍ଞାପନ ବିରୁଦ୍ଧରେ ଅଛି।




