ଝାରସୁଗୁଡା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଡ୍ରାଇଭରଙ୍କ ଆତ୍ମହତ୍ୟା

31

ଝାରସୁଗୁଡା,୨୪/୦୯/୨୧ (ଜିଲ୍ଲା ଖବର) :  ଝାରସୁଗୁଡା ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଡ୍ରାଇଭର ଆତ୍ମହତ୍ୟା କରିଥିବା ଅଭିଯୋଗ । ଭଡ଼ା ଘରୁ ଡ୍ରାଇଭର ନେପାଳ ଚଣ୍ଡେଲଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ପଙ୍ଖାରେ ଝୁଲୁଥିବା ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣା ପଡ଼ିଥିବା ବେଳେ ସେ କାହିଁକି ଏହି ଚରମ ନିଷ୍ପତ୍ତି ନେଇଛନ୍ତି ଏନେଇ କିଛି ସ୍ଫଷ୍ଟ କାରଣ ଜଣାପଡ଼ି ନାହିଁ ।