
ନୂଆଦିଲ୍ଲୀ,୨୪/୦୯/୨୧ (ଜିଲ୍ଲା ଖବର) : ଛୋଟ ପରଦାରୁ ନେଇ ବଲିଉଡ ଏବଂ ଓ୍ବେବ୍ ସିରିଜ୍ ଯାଏଁ , ନିଜର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ମୌନି ରୟ । ସବୁବେଳେ ସେ ତାଙ୍କ ବୋଲ୍ଡ ଫଟୋକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ତାଙ୍କ ଅନ୍ଦାଜରେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି ।
ସୋସିଆଲ ମିଡିଆରେ ବେଶ ସକ୍ରିୟ ମୌନି । ଫଟୋ ଏବଂ ଭିଡିଓ ସେୟାର କରି ସେ ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ନିକଟରେ ପୁଣି ଥରେ ମୌନି ତାଙ୍କ ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଇନଷ୍ଟଗ୍ରାମରେ ସେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଦେଶୀ ଗର୍ଲ ଲୁକରେ ନଜର ଆସୁଛନ୍ତି । ଏକ ଶାଢୀ ପିନ୍ଧିଥିବା ତାଙ୍କର ଏହି ଦେଶୀ ଲୁକକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ।
ଏକ ସିଲଭରର ଚମକଦାର ଶାଢୀ ସହିତ, ଡାର୍କ ଆଇ ମେକଅପରେ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି ମୌନି । ଏହା ସହିତ ସେ କହିଛନ୍ତି ଯେ, ଓ୍ବେଷ୍ଟନ୍ ନୁହେଁ ଟ୍ରାଡିସନାଲ ଲୁକରେ ମଧ୍ୟ ସେ ଦର୍ଶକଙ୍କ ମନ ମୋହିବେ । ତାଙ୍କର ଏହି ଫଟୋକୁ ଫ୍ୟାନ୍ସମାନେ ବହୁତ୍ ପସନ୍ଦ କରିବା,ସହିତ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।


