
୨୪/୦୯/୨୧ (ଜିଲ୍ଲା ଖବର) : ଆଜିଠାରୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନକ୍ସଲ ମୁକାବିଲା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଯୋଗଦେବାକୁ ସେ ଦିଲ୍ଲୀ ଯିବେ ।
ଏହି ବୈଠକ ସେପ୍ଟେମ୍ବର ୨୬ ଅର୍ଥାତ ଆସନ୍ତା ରବିବାର ଅନୁଷ୍ଠିତ ହେବ । ଏହି ବୈଠକ ପାଇଁ ଦେଶର ସବୁ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବାରୁ ପିପିଲି ନିର୍ବାଚନ ପ୍ରଚାରରେ ଯୋଗ ଦେବାର ସମ୍ଭାବନା କମ୍ ବୋଲି କୁହାଯାଉଛି ।


