
ନୂଆଦିଲ୍ଲୀ, ୨୪/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଲମ୍ପିକ୍ ମେଡାଲ ଓ୍ବିନର ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁ କିଛି ଦିନ ହେଲା ଏକାଠି ନଜର ଆସୁଛନ୍ତି । ନିକଟରେ ଦୀପିକା ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ଦୁହେଁ ମିଶି ବ୍ୟାଡମିଣ୍ଟନ ଖେଳୁଥିବା ନଜର ଆସୁଛନ୍ତି । ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ, ‘ ବତାଓ କୋନ୍ ଜିତା’ ? ଏହା ସହିତ ସେ ପିଭି ସିନ୍ଧୁଙ୍କୁ ଟ୍ୟାଗ୍ କରିଛନ୍ତି ।
ତେବେ ପିଭି ସିନ୍ଧୁଙ୍କ ସହ ଖେଳିବା ପଛର କାରଣ କ’ଣ ଏକଥା ମଧ୍ୟ ଦୀପିକା କହିଛନ୍ତି । ସେ କହିଛନ୍ତି ଯେ, ଓ୍ବାଲ୍ଡ ଚାମ୍ପିୟନସିପ୍ ପାଇଁ ପିଭି ସିନ୍ଧୁ ପ୍ରାକ୍ଟିସ୍ କରୁଥିଲେ, ତ ତାଙ୍କୁ ଲାଗିଲା ମୁଁ ତାଙ୍କ ପାଇଁ ବେଷ୍ଟ ପାର୍ଟନର ରହିବି ।
ଅନ୍ୟପଟେ ପିଭି ସିନ୍ଧୁଙ୍କ ସହ ଦୀପିକାଙ୍କୁ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖି , ସିନ୍ଧୁଙ୍କ ବାୟୋପିକରେ ଦୀପିକା ଆସିବାକୁ ଯାଉଥିବା କଥା ମଧ୍ୟ, ଲୋକେ ଟୁପୁରୁ ଟାପୁରୁ ହେଉଛନ୍ତି । ହେଲେ ଅଫିସିଆଲି ଭାବେ ଏହାକୁ ନେଇ କୌଣସି ସ୍ପଷ୍ଟ ହୋଇନାହିଁ ।



