
ନୂଆଦିଲ୍ଲୀ,୨୪/୦୯/୨୧ (ଜିଲ୍ଲା ଖବର) : ଟେଲି ଅଭିନେତ୍ରୀ ଦିଶା ପରମାର ଏବେ ସ୍ବାମୀ ରାହୁଲ ବୈଦ୍ୟଙ୍କ ସହ ମାଳଦୀପରେ ଛୁଟି କଟାଉଛନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ଦିଶା, ସବୁବେଳେ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ନିକଟରେ ସେ ତାଙ୍କ ସ୍ବାମୀ ରାହୁଲଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ଫଟୋ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଥିଲା । ତେବେ ମାଳଦୀପରେ ସ୍ବାମୀଙ୍କ ଜନ୍ମଦିନ ପାଳନ କରିବା ସହିତ, ବେଶ ଏନଜଏ କରୁଛନ୍ତି ଦୁହେଁ । ଏଥିରେ ଦିଶା ଏକ ବ୍ଲୁ କଲର ସ୍ବିମସୁଟରେ ନଜର ଆସୁଛନ୍ତି । ଦିଶାଙ୍କର ଏହି ଅନ୍ଦାଜକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ।
ପ୍ରକାଶ ଥାଉକି, ଦିଶା ପରମାର ଏବଂ ରାହୁଲ ବୈଦ୍ୟ ଚଳିତ ବର୍ଷ ଜୁଲାଇରେ ହାତରୁ ଦିହାତ ହୋଇଛନ୍ତି । କରୋନା ମାହାମାରୀ କାରଣରୁ ଦୁହେଁ ବୁଲାବୁଲି କରିବାକୁ ଯାଇ ପାରି ନଥିଲେ । ଯେଉଁଥିପାଇଁ ଏବେ ସମୟ ବାହାର କରି ଦୁହେଁ ମାଳଦୀପରେ ଛୁଟି କଟାଇବାକୁ ଯାଇଛନ୍ତି ।
ତେବେ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ସ୍ଥାପନ ହୋଇଥିଲା । ଏବଂ ସମୟକ୍ରମେ ଏହି ବନ୍ଧୁତା ଧିରେଧିରେ ପ୍ରେମର ରୂପ ନେଇଥିଲା । ଆଉ ତା ପରେ ବିବାହ କରିବାର ନିଷ୍ପତି ନେଇ, ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।


