Tuesday, November 17, 2026
Home ଆଞ୍ଚଳିକ ଅପରେସନ ଗଜରାଜ: ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ ବୋଟ୍

ଅପରେସନ ଗଜରାଜ: ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ ବୋଟ୍

10

୨୪/୦୯/୨୧ (ଜିଲ୍ଲା ଖବର) :  ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ ବୋଟ୍ । ହାତୀକୁ କୂଳକୁ ଘଉଡାଇବା ପାଇଁ ଏକ ବୋଟ୍ ରେ ପାଣିରେ ଯାଉଥିଲା ଓଡ୍ରାଫ୍ ବୋଟ୍ । ଏଥିପାଇଁ ଓଡ୍ରାଫ୍ ଟିମ୍ ପାଟି କରି ଘଉଡାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ଏହି ସମୟରେ ଓଡ୍ରାଫ୍ ବୋଟ୍ ମଧ୍ୟ ଓଲଟି ପଡିଥିବା ଖବର ଆସି ପହଞ୍ଚୁଛି ।

ପ୍ରାୟ 6 ରୁ 7 ଘଣ୍ଟା ହେଲେ ହାତୀଟି ମୁଣ୍ଡଳୀ ବ୍ରିଜ ନିକଟରେ ଫସି ରହିଛି । ଯାହାକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଓ ଓଡ୍ରାଫ୍ ଟିମ୍ ନାକେଦମ୍ ହୋଇସାରିଲାଣି । ହାତୀକୁ ବିଭିନ୍ନ ପ୍ରଲୋଭନ ଦେଖାଇ କୂଳ ଆଣିବାକୁ ଚେଷ୍ଟା କରାଯାଇଥିଲା । ଏଥିପାଇଁ କଦଳୀ ଖାଇବାକୁ ଦିଆଯାଇଥିଲା । ହାତୀଟି ବ୍ୟାରେଜ ନିକଟକୁ ଆସି କଦଳୀ ଖାଇବା ପରେ ପୁଣି ପାଣି ମଝିକୁ ପଳାଇଥିଲା ।

ତେବେ ଦନ୍ତାକୁ ଘଉଡାଇବାକୁ ଯାଇ ପାଣି ଭିତରକୁ ପସିଥିଲା ଓଡ୍ରାଫ ଟିମ୍ । କିନ୍ତୁ ଓଡ୍ରାଫ୍ ବୋଟ୍ ଟି ଓଲଟି ପଡିଥିବାରୁ ଓଡ୍ରାଫ୍ ଟିମ୍ ର ଅଧିକାରୀମାନେ ମଧ୍ୟ ପାଣି ଫସିଯାଇଥିବା ସୂଚନା ରହିଛି ।