
୨୪/୦୯/୨୧ (ଜିଲ୍ଲା ଖବର) : ସମଗ୍ର ଶିକ୍ଷା,ଗଞ୍ଜାମ ଏବଂ ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ଭୁବନେଶ୍ୱର ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କାଳଷଣ୍ଢପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ଆସିକା ବ୍ଳକ ଏବଂ ଧରାକୋଟ ବ୍ଳକ ଅଧିନସ୍ତ ,ଅଧ୍ୟାୟନ ରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସହାୟକ ଉପକରଣ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଶିବିରକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଆସିକା ଭାସ୍କର ଲେଙ୍କା ଉଦ୍ଘାଟନ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ ସହାୟକ ଉପକରଣ ଉପଦେୟତା ଏବଂ ରକ୍ଷଣାବେକ୍ଷଣ ସମ୍ବନ୍ଧରେ ଆଲୋଚନା କରିଥିଲେ।
ଉକ୍ତ ଶିବିରକୁ ସହାୟକ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗୀରଥି ପାତ୍ର ଉପସ୍ଥିତ ରହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ଏବଂ ତାର ସମାଧାନ ଉପରେ ଆଲୋକପାତ କରିଥିଲେ। ଉକ୍ତ ଶିବିରରେ ଭାରତୀୟ କୃତ୍ରିମ ଅଙ୍ଗନିର୍ମାଣ ନିଗମ, ଭୁବନେଶ୍ୱର ଶାଖାର ବିଶେଷଜ୍ଞ ଭାବରେ ନିବେଦିତା ପୃଷ୍ଟି , ସୋନାଲି ମିଶ୍ର, ସୌମ୍ୟ ରଞ୍ଜନ ଫତି,କୌଶଲେଶ ସାହୁ ଉପସ୍ଥିତ ରହି ୯୧ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରିଥିଲେ। ଉକ୍ତ ଶିବିରରେ ଉପସ୍ଥିତ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଦୁଇ ଚକିଆ ସାଇକେଲ,୧ ଜଣଙ୍କୁ ସି.ପି.ଚେୟାର,୧ଜଣଙ୍କୁ ତିନି ଚକିଆ ସାଇକେଲ ,୧ ଜଣଙ୍କୁ ମାନସିକ ଅନ୍ନଗ୍ରସର କିଟ,୫୨ ଜଣଙ୍କୁ କୃତ୍ରିମ ଅଙ୍ଗ(ହାତ, ଗୋଡ)




