Wednesday, November 11, 2026
Home ଆଞ୍ଚଳିକ ଚଳଚିତ୍ର ନିର୍ମାତା Melvin Van Peeblesଙ୍କ ପରଲୋକ

ଚଳଚିତ୍ର ନିର୍ମାତା Melvin Van Peeblesଙ୍କ ପରଲୋକ

14

ନୂଆଦିଲ୍ଲୀ, ୨୪/୦୯/୨୧ (ଜିଲ୍ଲା ଖବର) : ପ୍ରସିଦ୍ଧ ଚଳଚିତ୍ର ନିର୍ମାତା Melvin Van Peebles ଆଉ ଏ ଦୁନିଆଁରେ ନାହାଁନ୍ତି । ନିକଟରେ ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆ ଯାଇଛି । ଆଧୁନିକ ‘ବ୍ଲାକ୍ ସିନେମା’ର ଗଡଫାଦର ଭାବରେ ସେ ବେଶ୍ ଜଣାଶୁଣା ।

ମେଲଭିନ ଜଣେ ଚଳଚିତ୍ର ନିର୍ମାତା ହେବା ସହିତ ଉପନ୍ୟାସିକ, ଥିଏଟର ଇମ୍ପ୍ରେସାରିଓ, ଗୀତିକାର, ସଂଗୀତଜ୍ଞ ଏବଂ ଚିତ୍ରକାର ଥିଲେ । ସୂଚନା ଅନୁଯାୟୀ ମ୍ୟାନହଟନ୍ ସ୍ଥିତ ତାଙ୍କ ଘରେ ମେଲଭିନଙ୍କର ଦେହାନ୍ତ ହୋଇଛି ।

ସବୁଠାରୁ ପ୍ରଭାବଶାଳୀ ଚଳଚ୍ଚିତ୍ର ମଧ୍ୟରୁ ‘ସୁଇଟ୍‌ ସୁଇଟ୍‌ ବ୍ୟାକ୍ ବାଦାସ୍ ଗୀତ’ ପାଇଁ ସେ ବେଶ୍ ଜଣାଶୁଣା । ଏହା ସହ  ସ୍ୱଳ୍ପ ବଜେଟ୍, ଆର୍ଟ ହାଉସ୍ ଫିଲ୍ମ, ଯାହା ସେ ଲେଖିଥିଲେ, ପ୍ରଡ୍ୟୁସ ମଧ୍ୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏଥିରେ ସେ ମଧ୍ୟ ଅଭିନୟ କରିଥିଲେ ।