
ନୂଆଦିଲ୍ଲୀ, ୨୪/୦୯/୨୧ (ଜିଲ୍ଲା ଖବର) : ଟେଲି ଅଭିନେତ୍ରୀ ତଥା ବିଗବସ ୧୨ ଫେମ୍ Srishty Rodeଙ୍କ ଆଜି ଜନ୍ମଦିନ । ୨୪ ସେପ୍ଟେମ୍ବର ୧୯୯୧ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥଲେ । ଆଜି ସେ ତାଙ୍କର ୩୦ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦୦୭ରେ ’କୁଛ୍ ଇସ୍ ତରହ’ ମାଧ୍ୟମରେ ସେ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ୟେ ଇସ୍କ ହାଏ, ଛୋଟି ବହୁ, ଇସ୍କବାଜ୍ ଭଳି ଆହୁରି ଅନେକ ଧାରାବାହିକରେ କାମ କରିଛନ୍ତି । ହେଲେ ସେ ବିଗବସ ୧୨ ମାଧ୍ୟମରେ ବେଶ ପରିଚିତ ହେବା ସହିତ, ଲୋକପ୍ରିୟତା ସାଉଣ୍ଟିଛନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ Srishty । ସବୁବେଳେ ନିଜର ଗ୍ଲାମରସ ଫଟୋ ସେୟାର କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ସେ । ଫ୍ୟାନ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ତାଙ୍କ ପିତା ହେଉଛନ୍ତି ଜଣେ ସିନେମାଟୋଗ୍ରାଫର ।
Srishty Rode ବିଗବସ ୧୨କୁ ଆସିବା ପୂର୍ବରୁ ,ଟେଲି ଅଭିନେତା ମନିଷ ନାଗାଦେବଙ୍କ ସହ ନିର୍ବନ୍ଧ କରିଥିଲେ । ୨୦୧୮ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା ଏବଂ ବର୍ଷ ଶେଷରେ ଦୁହିଁଙ୍କ ବିବାହ ମଧ୍ୟ ହୋଇଥାଆନ୍ତା । ଫ୍ୟାନ୍ସ ତାଙ୍କ ବିବାହକୁ ଅପେକ୍ଷା କରି ରହିଥିବା ବେଳେ, ଶୋ’ରୁ ବାହାରିବା ପରେ ଅଚାନକ୍ ସେ ତାଙ୍କ ନିର୍ବନ୍ଧ ଭାଙ୍ଗି ଦେଇଥିଲେ । ଯାହା ଫ୍ୟାନ୍ସଙ୍କୁ ବେଶ ଆଶ୍ଚର୍ଯ୍ୟ କରିଥିଲା । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।


