ଗାଁ ଦାଣ୍ଡରେ ପ୍ରଭାବଶାଳୀ ବ୍ୟକ୍ତିଙ୍କଠୁ ମାଡ଼ ଖାଇ ନାବାଳିକା ଥାନାକୁ ଯିବାରୁ…

4

ନୟାଗଡ, ୨୪/୦୯/୨୧ (ଜିଲ୍ଲା ଖବର) :  ନୟାଗଡ଼ରେ କଙ୍ଗାରୁ କୋର୍ଟ । ଗାଁ ଦାଣ୍ଡରେ ମାଡ଼ ଖାଇ ନାବାଳିକା ଥାନାକୁ ଯିବାରୁ ଗାଁ ରେ ବସିଲା କଙ୍ଗାରୁ କୋର୍ଟ l ନିଆଁ ପାଣି ବାସନ୍ଦ ସହ ଘର ସାମ୍ନାରେ କଣ୍ଟା ପକାଇ କଲେ ଗୃହ ବନ୍ଦୀ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ ପ୍ରସାଦ ଗାଁରେ l

 ଏହି ଗାଁ ର ଜଣେ ପ୍ରଭାଵଶାଳୀ ବ୍ୟକ୍ତି ଜଣେ ମହିଳାଙ୍କୁ ଧରି ଫେରାର ହୋଇଯାଇଥିଲେ ।  ତେବେ ମହିଳାଙ୍କୁ ଖୋଜି ପରିବାର ଲୋକେ ନୟାନ୍ତ ହୋଇଥିଲେ । କିନ୍ତୁ କୌଣସି ଖବର ପାଇନଥିଲେ।  ମାତ୍ର ଘଟଣା ସମ୍ପର୍କରେ ଜାଣି ଥିବା ଗାଁ ର ଜଣେ ନାବାଳିକା ଏ ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ ।  ଘଟଣା ପ୍ରଘଟ ହେବା ପରେ ବ୍ୟକ୍ତି ଜଣଙ୍କ ନାବାଳିକାଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିଥିଲେ ।

  ଏହି ସବୁ ଘଟଣା ଘଟିବା ପରେ ନାବାଳିକାର ପରିବାର ଲୋକେ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଫଳରେ ନାବାଳିକାଙ୍କ ପରିବାର ଲୋକେ ନୟାଗଡ଼ SP ଙ୍କୁ ଘଟଣା ବିଷୟରେ ଜଣାଇଥିଲେ।  ଏସ ପି ଙ୍କ ନିର୍ଦେଶ କ୍ରମେ ପୋଲିସ ଗାଁରେ ପହଂଚି ତଦନ୍ତ କରିଥିଲା l ମାତ୍ର ଗାଁ ର ଘଟଣା ଥାନାକୁ ଯିବାରୁ ଗ୍ରାମବାସୀମାନେ ରାଗିଯାଇ ଗାଁରେ ସଭା କରିଥିଲେ ।  ନାବାଳିକା ପରିବାରକୁ ଡକାଇ ନିଆଁ ପାଣି ବାସନ୍ଦ କରିବା ସହ ତାଙ୍କ ଘର ସାମ୍ନାରେ କଣ୍ଟା ପକାଇ ଗୃହବନ୍ଦୀ କରି ରଖିଛନ୍ତି l