Wednesday, November 11, 2026
Home ଆଞ୍ଚଳିକ 5 ଘଣ୍ଟାରୁ ଉର୍ଦ୍ଧ୍ୱ ହେଲା ଉଦ୍ଧାର ହୋଇପାରୁନି ଦନ୍ତା, ବିଳମ୍ବ ହେଲେ ଜୀବନ ପ୍ରତି ରହିଛି...

5 ଘଣ୍ଟାରୁ ଉର୍ଦ୍ଧ୍ୱ ହେଲା ଉଦ୍ଧାର ହୋଇପାରୁନି ଦନ୍ତା, ବିଳମ୍ବ ହେଲେ ଜୀବନ ପ୍ରତି ରହିଛି ବିପଦ

14

୨୪/୦୯/୨୧ (ଜିଲ୍ଲା ଖବର) : ମହାନଦୀ ପାର ହେଉଥିବାବେଳେ ମୁଣ୍ଡଳୀ ବ୍ରିଜ ନିକଟରେ ଫସିଛି ଦନ୍ତା । ତିନୋଟି ହାତୀ ଫସି ଥିବା ବେଳେ ଦୁଇଟି ହାତୀ ସ୍ରୋତରେ ଭାସି ଅନନ୍ତପୁର ଠାରେ ଲାଗିଥିବା ସୂଚନା ମିଳିଛି ।  ହେଲେ ନଦୀ ସ୍ରୋତରେ ଏକ ଦନ୍ତା ହାତୀ ଦୀର୍ଘ 5 ଘଣ୍ଟା ହେଲା ଫସିରହିଛି । ଯାହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଲାଗିଛି । ହାତୀକୁ ଖାଇବାକୁ କଦଳୀ ଆଦି ଦିଆଯାଉଛି ।

ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । ଦଉଡି ସାହାଯ୍ୟରେ ଉଦ୍ଧାର ପାଇଁ ଚେଷ୍ଟା କରିଥିଲା ଅଗ୍ନିଶମ ବାହିନୀ । କିନ୍ତୁ ସମୟ ଗଡୁଛି ହେଲେ ହାତୀଟି ଉଦ୍ଧାର ହୋଇପାରିନି । ବନ୍ୟ ପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି ଯେ, ସରକାରୀ ସ୍ତରରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବା ଦରକାର । ରାଜ୍ୟ ସରକାର ତତ୍ପରତା ନଦେଖାଇଲେ ହାତୀର ଜୀବନ ପ୍ରତି ବିଳମ୍ବ ରହିଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି । ସେପଟେ ହାତୀର ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ଓ ଅତ୍ୟାଧୁନିକ ସାମଗ୍ରୀ ମଗାଯାଇଛି ।

‘ଅପରେସନ୍ ଗଜ ଉଦ୍ଧାର’ ପାଇଁ ଚନ୍ଦକାରୁ ଆସୁଛନ୍ତି ୧୦ ଜଣିଆ ବିଶେଷଜ୍ଞ ଟିମ୍ । ବଡ଼ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯିବା ନେଇ କୁହାଯାଉଛି । ସେପଟେ  ହାତୀଟି ନିଜେ ମଧ୍ୟ ବାହାରିବାକୁ ଚେଷ୍ଟା କରୁଛି । ହାତୀଟି ହାଲିଆ ହୋଇ ଯାଇଥିବାରୁ ଖାଇବାକୁ ଦିଆଯାଉଛି । ଯେପରି ସେ ନିଜେ ମଧ୍ୟ ଆସିବାକୁ ଚେଷ୍ଟା କରିପାରିବ । ସେପଟେ ODRAF ଟିମ୍ ର ସହାୟତା ଲୋଡିଛନ୍ତି ବନବିଭାଗ ଅଧିକାରୀ ।