
ଶେରଗଡ଼,୨୨/୦୯(ଜ଼ିଲ୍ଲା ଖବର ):
କରୋନା ମହା ମାରମାରୀ ସମୟରେ ରେ ସାଧାରଣ ଜନତାଙ୍କୁ ଘର ପାଖରେ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଥିଲା। କିଛି ଦିନ ର ବ୍ୟବଧାନ ପରେ ଆଜି ପୁଣୀ ଶେରଗଡ଼ ତହସିଲଦାର ଡଃ ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ଓ ସୁପର ଭାଇଜର ମନୋଜ ନାୟକ ଙ୍କ ଉପସ୍ଥିତରେ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁରୁଳା ଗ୍ରାମ ପଞ୍ଚାୟତ ରେ ରାଜସ୍ବ ରଥ ପହଞ୍ଚି ୪୫ ଜଣ ଙ୍କୁ ପଟ୍ଟା ବଣ୍ଟନ କଲେ ତହସିଲଦାର। ଶେରଗଡ଼ ତହସିଲର ପ୍ରତି ପଞ୍ଚାୟତ ଓ ଗାଁ ଗାଁ କୁ ବୁଲିବ ରଥ । ଏବଂ ଲୋକଙ୍କ ଘର କୁ ଯାଇ ବିଭିନ୍ନ ରାଜସ୍ବ ସେବା ପ୍ରଦାନ କରାଯିବ । କରୋନା ସମୟରେ ପ୍ରଶାସନ ଘରକୁ ଯାଇ ପଟ୍ଟା ବଣ୍ଟନ ,ଦରଖାସ୍ତ ଗ୍ରହଣ କରାଯିବା ବୋଲି ତହସିଲଦାର ଶ୍ରୀ ପରିଡ଼ା କହିଛନ୍ତି ପଟା ବଣ୍ଟ କାର୍ଯ୍ୟ କ୍ରମ ରେ ରାଜସ୍ବ ଅଧିକାରୀ ମାନେ ଉପସ୍ଥିତ ଥିଲେ


