Thursday, November 12, 2026
Home ଆଞ୍ଚଳିକ ବ୍ରହ୍ମପୁର ପକ୍ଷରୁ ସ୍ଥାନୀୟ ବିଜିପୁର ମୁଖ୍ୟ ରାସ୍ତା ସ୍ଥିତ ଭକ୍ତି ଭବନ ଠାରେ ଏକ ସ୍ୱାସ୍ଥ୍ୟ...

ବ୍ରହ୍ମପୁର ପକ୍ଷରୁ ସ୍ଥାନୀୟ ବିଜିପୁର ମୁଖ୍ୟ ରାସ୍ତା ସ୍ଥିତ ଭକ୍ତି ଭବନ ଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା

10

ଗଞ୍ଜାମ,୨୩/୯(ଜିଲ୍ଲା ଖବର) :

ସ୍ମାଇକାର୍ଥ ସଂସ୍ଥା,ବ୍ରହ୍ମପୁର ସହଯୋଗରେ ବରିଷ୍ଠ ନାଗରିକ ମଞ୍ଚ, ବ୍ରହ୍ମପୁର ପକ୍ଷରୁ ସ୍ଥାନୀୟ ବିଜିପୁର ମୁଖ୍ୟ ରାସ୍ତା ସ୍ଥିତ ଭକ୍ତି ଭବନ ଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ମଞ୍ଚ ସଭାପତି ତ୍ରିନାଥ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ଯୁଗ୍ମ ସମ୍ପାଦକ ଶିମାଞ୍ଚଳ ପତି ଶିବିର ସମ୍ପର୍କରେ ସୂଚନା ଦେଇଥିଲେ ।
ଶିବିରରେ ମଧୁମେହ,ଆଣ୍ଠୁ ଗଣ୍ଠି ବ୍ୟଥା, ଓ ରକ୍ତ ଚାପ ରୋଗରେ ପୀଡ଼ିତ ପ୍ରାୟ ୮୫ ଜଣ ରୋଗୀଙ୍କୁ ଡାକ୍ତର ସୁଶିଲ କୁମାର ପତି ଉପଯୁକ୍ତ ପରାମର୍ଶ ସହିତ ରୋଗୀର ନିରାକରଣ ନିମନ୍ତେ ବିଭିନ୍ନ ପ୍ରକାର ଔଷଧ ସେବନ ନିମନ୍ତେ କହିଥିଲେ । ସୁଶ୍ରୀ ସରିତା ରଥ, ସଚିନ ଗୌଡ଼,ଏମ୍.ନରେଶ, ପ୍ରିତମ୍ ପ୍ରଧାନ ପ୍ରମୁଖ ଡାକ୍ତର ପତିଙ୍କୁ ସହଯୋଗ କରିଥିଲେ । ମଞ୍ଚ ର ଉପ ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ହିମାଂଶୁ କୁମାର ପଟ୍ଟନାୟକ ଓ ଶିବ ପ୍ରସନ୍ନ ମିଶ୍ର ଙ୍କ ତତ୍ବାବଧାନରେ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଲଲିତ ମୋହନ ସାହୁ, ବିଶ୍ଵନାଥ ବେହେରା, ଲିଙ୍ଗରାଜ ମହାପାତ୍ର, ଭିକାରୀ ଚରଣ ଗୌଡ଼, ବିଜୟ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।

   ସ୍ୱା/- ତ୍ରିନାଥ ମହାରଣା
        ପ୍ରତିଷ୍ଠାତା ସଭାପତି
  ବରିଷ୍ଠ ନାଗରିକ ମଞ୍ଚ, ବ୍ରହ୍ମପୁର