
ବ୍ରହ୍ମପୁର ବ୍ଲଡ ବ୍ୟାଙ୍କ ରେ ଜରୁରୀ ରକ୍ତ ଆବଶ୍ୟକତା ଶୁଣି ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ରକ୍ତ ଯୋଗାଇବା ନିଶ୍ଚିତ କରିଥିଲେ। ତାଙ୍କ ନିର୍ଦ୍ଦେଶନାମା ସହିତ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଶ୍ରୀ ନବୀନ ପଟ୍ଟନାୟକ ଦୂରଦର୍ଶନ ପୂରଣ କରିବା ପାଇଁ ଯୋଉ ଓଡ଼ିଶା-ମୋ ପରିବାର ଗଠନ କରିଛନ୍ତି ଏକ ସୁନ୍ଦର ସୁସଜ୍ଜିତ ଓଡ଼ିଶା ଲାଗି ଏବଂ ଯାହା ରକ୍ତ ଅଭାବକୁ ହ୍ରାସ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି, ଆଜି ୨୨.୦୯.୨୦୨୧ ବ୍ରହ୍ମପୁର ଏମ.କେ.ସି.ଜି ବଡ ମେଡିକାଲ ବ୍ଲଡ଼ ବ୍ୟାଙ୍କ୍ ଠାରେ ବ୍ରହ୍ମପୁର ମହାନଗର ବିଜୁ ଯୁବ ଜନତା ଦଳ ର ସଭାପତି ଶ୍ରୀ ଅଜିତ କୁମାର ପଣ୍ଡା ଙ୍କ ନେତୃତ୍ୱରେ, ମହାନଗର ବ୍ରହ୍ମପୁର ଯୁବ ଟିମ୍ ଏବଂ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସହାୟତାରେ ଆଜି ୨୫ ୟୁନିଟ୍ ରକ୍ତ ବ୍ୟବସ୍ଥା କରିଛନ୍ତି। ପ୍ରକୃତରେ ଏହି ପଦକ୍ଷେପ ସମଗ୍ର ଓଡିଶାରେ ଉତ୍ସର୍ଗୀକୃତ ତଥା ସ୍ଥାୟୀ ସ୍ୱେଚ୍ଛାସେବୀ ଗଠନ, ତୃଣମୂଳ ସ୍ତରରେ ଲୋକଙ୍କୁ ସେବା ଯୋଗାଇବା ଏବଂ ଓଡିଶାବାସୀଙ୍କୁ ଦୁଃଖଦ ପରିସ୍ଥିତିରେ ସାହାଯ୍ୟ କରିବ । ଏଥିରେ ମହାନଗର ଡିଜିଟାଲ ସେକ୍ରେଟାରୀ ରବୀନ୍ଦ୍ର ମିଶ୍ର, ମହାନଗର ଯୁବ ସମ୍ପାଦକ ଧିରେଶ୍ ସାବତ, ମୋ ପରିବାର କୋର୍ଡିନେଟର ଗିରିଜା ଶଙ୍କର ଶତପଥୀ ଏବଂ ଅନ୍ୟାନ୍ୟ ଯୁବ ବନ୍ଧୁ , ନବୀନ ପ୍ରେମୀ ଉପସ୍ଥିତ ଥିଲେ।
ରିପୋର୍ଟ : ତାପସ ପଣ୍ଡା


